କନକ ବ୍ୟୁରୋ: ୪୯ ନିୟୁତରୁ ଅଧିକ ଜନସଂଖ୍ୟା ଥିବା ବେଙ୍ଗାଲୁରୁ ସୁଖଦ ଜୀବନଯାପନ ଭାରତୀୟ ସହର ତାଲିକାର ଶୀର୍ଷରେ ରହିଛି। ବର୍ଷ ୨୦୨୦ ପାଇଁ ପ୍ରସ୍ତୁତ ହୋଇଥିବା ଏହି ତାଲିକାରେ ପୂର୍ବ ବର୍ଷ ଶୀର୍ଷରେ ଥିବା ପୁଣେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ସେହିଭଳି ଏକ ନିୟୁତରୁ କମ୍‌ ଜନସଂଖ୍ୟା ଥିବା ୬୨ଟି ସହର ମଧ୍ୟରେ ଶିମ୍‌ଲା ଶୀର୍ଷରେ ଥିବା ବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ସହର ଦ୍ବିତୀୟ ସ୍ଥାନରେ ରହିଥିବା ନେଇ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ରିପୋର୍ଟରେ ପ୍ରକାଶ ପାଇଛି।

Advertisment

୨୦୨୦ ସୁଖଦ ଜୀବନଯାପନ ସହର ତାଲିକାରେ ୧୧୧ଟି ସହରକୁ ଦୁଇଟି ବର୍ଗରେ ସ୍ଥାନିତ କରାଯାଇଛି। ଏକ ନିୟୁତରୁ ଅଧିକ ଜନସଂଖ୍ୟା ଥିବା ସହରକୁ ଗୋଟିଏ ବର୍ଗରେ ରଖାଯାଇଥିବା ବେଳେ ଏକ ନିୟୁତରୁ କମ୍‌ ଜନସଂଖ୍ୟା ଥିବା ସହରକୁ ଅନ୍ୟ ଏକ ବର୍ଗରେ ରଖାଯାଇଛି। କେନ୍ଦ୍ର ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ଆଜି ଏହି ରିପୋର୍ଟ ପ୍ରକାଶ‌ କରିଛନ୍ତି।

‘ଡାଟା ଚାଲେଞ୍ଜ୍‌’ କାରଣରୁ ପଶ୍ଚିମବଙ୍ଗରୁ କୌଣସି ସହରକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁସାରେ, ଏକ ନିୟୁତରୁ ଅଧିକ ଜନସଂଖ୍ୟା ଥିବା ଶ୍ରେଷ୍ଠ ୧୦ ସୁଖଦ ଜୀବନଯାପନ ଯୋଗ୍ୟ ସହରମାନଙ୍କ ମଧ୍ୟରେ ଅହମଦାବାଦ, ଚେନ୍ନାଇ, ସୁରତ, ନଓ୍ଵିମୁମ୍ବାଇ, କୋଇମ୍ବାଟୁର୍‌, ବଡ଼ୋଦରା, ଇନ୍ଦୋର ଏବଂ ଗ୍ରେଟର୍‌ ମୁମ୍ବାଇ ରହିଛି।