ବାତ୍ୟା ଗଲା ପରେ ରିଲିଫ୍ ପାଇଁ କ୍ୟାମ୍ପରେ ଭିଡ ଲଗାଇଛନ୍ତି ପ୍ରଭାବିତ । ସହାୟତା ପାଇଁ ଧାଡି ବାନ୍ଧିଛନ୍ତି ଲୋକେ, ଅନ୍ୟପଟେ ପ୍ରଶାସନର ଅବହେଳାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ବସ୍ତିବାସିନ୍ଦା

Advertisment
ରାଜଧାନୀରେ ଆପଣଙ୍କ ମୋବାଇଲ ନେଟୱାର୍କ କାମ କରୁନି କି? ତାହେଲେ ଅନ୍ୟ ନେଟୱାର୍କ ସହାଯ୍ୟରେ ପାଇପାରିବେ ସବୁ ସୁବିଧା, ଜାଣନ୍ତୁ କିପରି...

କନକ ବ୍ୟୁରୋ : ବାତ୍ୟା ଫୋନି ଚାଲିଯାଇଛି ହେଲେ ଉଜାଡି ଦେଇଛି ସାଧାରଣ ଲୋକଙ୍କ ଜୀବନ ଜୀବିକା । ଉଜୁଡି ଯାଇଛି ବେଉସା । ବିଶେଷ କରି ଛୋଟ ଛୋଟ ଦୋକାନି, ବସ୍ତିବାସିନ୍ଦା ଓ ଚାଳ ଛପର ଓ ଆଜବେଷ୍ଟସ ଘରେ ରହୁଥିବା ଲୋକମାନେ ବେଘର ହୋଇଯାଇଛନ୍ତି । ଘରର ଛପର ଉଡିଯାଇଥିବାରୁ ବିଭିନ୍ନ ସ୍ଥାନରେ ପଲିଥିନ୍ ତଳେ ରହୁଛନ୍ତି । ଏହା ସହିତ ବିଦ୍ୟୁତ ସରବରାହ ବନ୍ଦ ଥିବାରୁ ବାଧାପ୍ରାପ୍ତ ହୋଇଛି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା । ତେଣୁ ପିଇବା ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି ବାତ୍ୟା ପ୍ରଭାବିତ । ସେପଟେ ପ୍ରଭାବିତଙ୍କୁ ରିଲିଫ ଯୋଗାଇଦେବା ପାଇଁ ଘୋଷଣା କରିଛନ୍ତି ସରକାର । ଏହି ସହାୟତା ପାଇବା ପାଇଁ ବିଭିନ୍ନ ରିଲିଫ କ୍ୟାମ୍ପରେ ଲୋକମାନେ ଏବେ ଧାଡି ଲଗାଇଛନ୍ତି ।

publive-imageବାତ୍ୟା ଫୋନି ଯୋଗୁ ପ୍ରଭାବିତ ହୋଇଥିବା ସାଲିଆ ସାହି ବସ୍ତିର ଲୋକମାନେ ବିଜୁ ପଟ୍ଟନାୟକ କଲେଜ କ୍ୟାମ୍ପସରେ ଭିଡ ଜମାଇଛନ୍ତି । ଅନ୍ୟପଟେ କେତେକ ସ୍ଥାନରେ ଲୋକଙ୍କ ନିକଟରେ ପ୍ରଶାସନ ପହଁଚି ନଥିବାରୁ ଅସନ୍ତୋଷ ଦେଖିବାକୁ ମିଳିଛି । ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ଜୟଦେବବିହାର କଲେଜ ସମୁଖରେ ଧାରଣା ଦେବା ସହ ରାସ୍ତା ରୋକ୍ କରିଛନ୍ତି ସାଲିଆ ସାହି ବସ୍ତିବାସିନ୍ଦା । ସରକାରଙ୍କ ଘୋଷଣା ଅନୁଯାୟୀ ତୁରନ୍ତ ସେମାନଙ୍କୁ ରିଲିଫ୍ ଯୋଗାଇ ଦେବାକୁ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe