କନକ ବ୍ୟୁରୋ : ଭୁବନେଶ୍ୱର ଗଙ୍ଗନଗର ଛକରେ ମିଳିଥିବା ୩ ବିଡା ୫ଶହ ଟଙ୍କିଆ ନୋଟ୍ କାହାର ତାହା ଚିହ୍ନଟ ହୋଇଛି । ଶଶାଙ୍କ ଶେଖର ସାହୁଙ୍କ ନାମକ ବ୍ୟକ୍ତିଙ୍କ ଏହି ଟଙ୍କା ବୋଲି ଜଣାପଡିଛି । ନିଜ କର୍ମଚାରୀଙ୍କୁ ଦରମା ଦେବାକୁ ବ୍ୟାଙ୍କରୁ ଉଠାଇ ନେବାବେଳେ ଶଶାଙ୍କଶେଖରଙ୍କ ଜାକେଟରୁ ଏହା ଖସିପଡିଥିଲା । ପ୍ରମାଣ ଦେଇ ଶଶାଙ୍କ ଏହି ଟଙ୍କା ପୁଲିସ ପାଖରୁ ନେଇଛନ୍ତି । ଗତକାଲି ଗଙ୍ଗନଗର ଛକରେ ଏହି ୫ ଶହ ଟଙ୍କିଆ ମିଳିଥିଲା ଲୋକେ ଏହି ନୋଟକୁ ଦେଖିଥିଲେ ବି କେହି ଭୟରେ ଉଠାଇନଥିଲେ । ଶେଷରେ ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଟଙ୍କାକୁ ଜବତ କରିଥିଲା । ମାତ୍ର କେହି ଦାବିଦାର ନଥିବାରୁ ପୁଲିସ ନିଜ ହେପାଜତରେ ଏହି ଟଙ୍କାକୁ ରଖିଥିଲା ।
Comments are closed.