ରାଜଧାନୀ ଭୁବନେଶ୍ୱରରୁ ଆସିଲା ଅଭାବନୀୟ ଚିତ୍ର : ଗ୍ରାହକଙ୍କୁ ଠେଙ୍ଗାରେ ପିଟିଲେ ସୁନା ଦୋକାନୀ ଓ ସ୍ତ୍ରୀ

୪ ବର୍ଷ ତଳେ କିଣିଥିବା ଗହଣା ଖରାପ ଥିବା ଅଭିଯୋଗ ଆଣିଥିଲେ ଗ୍ରାହକ

425

କନକ ବ୍ୟୁରୋ : ଗ୍ରାହକଙ୍କୁ ଠେଙ୍ଗା ପାହାର…ଏ ଦୃଶ୍ୟ ହେଉଛି ରାଜଧାନୀ ଭୁବନେଶ୍ୱରର । ଆଉ ମାଡ଼ ଖାଉଥିବା ବ୍ୟକ୍ତି ଜଣେ ଗ୍ରାହକ । ତାଙ୍କୁ ଠେଙ୍ଗାରେ ପିଟୁଥିବା ବ୍ୟକ୍ତି ଜଣେ ସୁନା ଦୋକାନୀ ଓ ତାଙ୍କ ସ୍ତ୍ରୀ । ଗତକାଲି କିଭଳି ମଦର ଦାମର ଚଢା ରହିଥିବାର ଗ୍ରାହକଙ୍କୁ ପିଟିଥିଲେ, ମଦ ଦୋକାନୀ ।

ଆଉ ଆଜିର ଏହି ଦୃଶ୍ୟରେ ମଧ୍ୟ ଗ୍ରାହକଙ୍କ ଉପରେ ଆକ୍ରମଣ କରିଛନ୍ତି ଦୋକାନୀ । ୪ ବର୍ଷ ତଳେ ଗ୍ରାହକ ଜଣକ ସୁନା ଗହଣା କିଣିଥିଲେ । ଏହା ଖରାପ ଥିବା କହି ଦୋକାନୀଙ୍କ ଅଭିଯୋଗ କରିବା ପରେ ଆରମ୍ଭ ହୋଇଥିଲା ଉଚବାଚ । ଏଥିରେ ଉତକ୍ଷୀପ୍ତ ହୋଇ ଦୋକାନୀ ଠେଙ୍ଗାରେ ଗ୍ରାହକଙ୍କୁ ଆକ୍ରମଣ କରିଥିଲେ । ସ୍ତ୍ରୀ ମଧ୍ୟ ସ୍ୱାମୀଙ୍କ ସହ ମିଶି ଗ୍ରାହକଙ୍କୁ ପିଟିଥିଲେ । ଦୁହିଁଙ୍କ ଠେଙ୍ଗା ପାହାରରେ ଲହୁ ଲୁହାଣ ହୋଇପଡିଥିଲେ ଗ୍ରାହକ ।