ନାବାଳିକା କହିଲେ ଗଣଦୁଷ୍କର୍ମର କାହାଣୀ: ପୁଲିସ୍ ସମ୍ନାରେ ୧୬୧ ଧାରାରେ ବୟାନ ରେକର୍ଡ ବେଳେ ନାବାଳିକା କହିଲେ ଲୋକଟାଙ୍କୁରା କଥା; ଜଣ ଜଣ କରି ୪ ଜଣ କରିଥିଲେ ଦୁଷ୍କର୍ମ, ରାଉକେଲାରୁ ଆସିଲେ ୩ ଜଣ ପୁଲିସ୍ କର୍ମକାରୀ

କନକ ନ୍ୟୁଜ୍ ହାତରେ ଏକ୍ସକ୍ଲୁସିଭ୍ ଦସ୍ତାବିଜ୍

2,487

କନକ ବ୍ୟୁରୋ: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ୧୩ ବର୍ଷର ପିଡିତା ପୋଲିସ ଆଗରେ ପୁରା କାହାଣୀ କହିଛନ୍ତି । କେମିତି ଘଟିଲା ଏହି ଗଣଦୁଷ୍କର୍ମ ଏବଂ ଅଭିଯୁକ୍ତମାନଙ୍କୁ ସେ କେମିତି ଚିହ୍ନିଲେ ସେନେଇ ପୁରା କାହାଣୀ କହିଛନ୍ତି । ଏପରିକି ଏହି ଘଟଣାରେ ସାମିଲ ଥିବା ପୋଲିସ ଅଧିକାରୀମାନଙ୍କୁ ମଧ୍ୟ ସେ କେମିତି ଚିହ୍ନିଲେ ସେ ବିଷୟରେ କହିଛନ୍ତି । 

ମୋ ମା ଅଫିସ ଯିବା ବେଳେ ମତେ ବାହାରପଟୁ ତାଲା ବନ୍ଦ କରି ଆମ ଘର ପାଖରେ ଥିବା ନଣ୍ଡା ମାମା ଘରେ ବିଶ୍ୱାସରେ ଚାବି ଦେଇଯାଆନ୍ତି । ଦିନେ ନଣ୍ଡା ମାମା ଆସି ଚାବି ଖୋଲି ଡାକିଲା …ମତେ ଜବରଦସ୍ତି ନେଇ ବୁଢି ଘରେ ଛାଡି ଦେଲେ… ବୁଢି ଭିତରପଟୁ କବାଟ ବନ୍ଦ କରିଦେଲା । ସେ ଘରେ ୪ଜଣ ଲୋକ ଥିଲେ । ସେମାନେ ମତେ ଘେରିଗଲେ ….

ତା ପରେ ଯାହା ଘଟିଲା ବୋଲି ନାବାଳିକା ଜଣଙ୍କ ପୋଲିସ ଆଗରେ କହିଛନ୍ତି ତାହା ଏଠାରେ ବୟାନ କରିବା ସମ୍ଭବ ନୁହେଁ । ଜଣ ଜଣ କରି ସେଦିନ ୪ଜଣ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିଥିଲେ । ଏବଂ ମାଙ୍କୁ ନକହିବା ପାଇଁ ଧମକ ଦେଇଥିଲା ସେହି ବୁଢି ଜଣଙ୍କ । ଗତ ଅଗଷ୍ଟ ୩୧ ତାରିଖରେ କମିଶନରେଟ ପୋଲିସ ଆଗରେ ଏଭଳି ବୟାନ ଦେଇଛନ୍ତି ଗଣଦୁଷ୍କର୍ମର ଅଭିଯୋଗ ଆଣିଥିବା ୧୩ବର୍ଷର ନାବାଳିକା । ତେବେ ନାବାଳିକା ଜଣଙ୍କ ପୋଲିସ ଆଗରେ କହିଛନ୍ତି, ତାଙ୍କ ଘର ପାଖରେ ଥିବା ଜଣେ ବୁଢି ନିଜ ଘରକୁ ଜବରଦସ୍ତି ନେଇ ବାହାର ଲୋକଙ୍କୁ ଆଣି ଏଭଳି କାମ କରାଇଛନ୍ତି । ଏଥିସହ ସେହି ବୁଢି ଜଣଙ୍କ କୁଆଡେ ଦୁଷ୍କର୍ମର ଭିଡିଓ ବି ବନାଇଛନ୍ତି ।

ତା ପର ଦିନ ପୁଣି ରାଉରକେଲାରୁ ସେହି ୩ଜଣ ପୋଲିସ ଷ୍ଟାଫ ଆସିଥିଲେ । ସେମାନେ ସମସ୍ତେ ମୋ ସହିତ ଖରାପ କାମ କଲେ । ସେଦିନ ବି ବୁଢି ଧମକାଇଥିଲା ମାମାଙ୍କୁ ନ କହିବା ପାଇଁ । ମୋ ସହିତ ୧୫ଦିନ ଏମିତି ଲଗାତାର ଚାଲିଲା । … ମେ-ଜୁନ ମାସରେ ମୋ ଫେସକୁ ଏଡିଟିଂ କରି…ଦେଖାଯାଇଥିଲା । ସେଇଠି ମାମା ଦେଖିକରି ଆସିଲା । ଆଉ ମତେ କହିଲା, ସତ କହ କ’ଣ ହେଇଛି ନ ହେଲେ ମାରିବି । ସେଠୁ ମାମାଙ୍କୁ ସବୁ ସତକଥା କହିଲି । ତା ପରେ ମାମା ତାଙ୍କ କମ୍ପ୍ୟୁଟରରୁ ଫଟୋ ଆଣି ଦେଖାଇଲେ । ମୁଁ ସେମାନଙ୍କୁ ଚିହ୍ନିଲି ।

ପୋଲିସକୁ ଏଭଳି ବୟାନ ଦେବା ପରେ ପୋଲିସ ନାବାଳିକାଙ୍କୁ କିଛି ପ୍ରଶ୍ନ ପଚାରିଥିଲା । ଆଉ ତାର ଉତର ରଖିଥିଲେ ନାବାଳିକା

ପୋଲିସ-ତୁମେ ଯେଉଁ ବୁଢି କଥା କହୁଛ ସେ ବୁଢି କିଏ?

ନାବାଳିକା-ପ୍ରଫୁଲ୍ଲା ପାତ୍ର

ପୋଲିସ-ରାଉରକେଲାରୁ ପୋଲିସ ଆସିଥିଲେ, ସେମାନେ ପୋଲିସ ବୋଲି ତୁମେ କେମିତି ଜାଣିଲ?

ନାବାଳିକା-ସେମାନେ ପୋଲିସ ଡ୍ରେସରେ ଆସିଥିଲେ ଏବଂ ବୁଢି ଆଗରେ କହିଲେ ସେମାନେ ରାଉରକେଲାରୁ ଆସିଛନ୍ତି ବୋଲି

ପୋଲିସ-ତମେ କେମିତି ଜାଣିଲ ସେ ପୋଲିସର ନାମ ସୁବାସ ଚନ୍ଦ୍ର ମିଶ୍ର ବୋଲି

ନାବାଳିକା-ତାର ନେମପ୍ଲେଟରେ ଲେଖା ହୋଇଥିଲା

ତେବେ ଅଭିଯୋଗ ଆଣିଥିବା ନାବାଳିକାଙ୍କ ମା ଏକ ନ୍ୟୁଜ ଚ୍ୟାନେଲରେ କାମ କରୁଥିଲେ । ଲକଡାଉନ ସମୟରେ ଏପ୍ରିଲ ମାସରେ ଏହି ଘଟଣା ଘଟିଛି । ଏନେଇ ନାବାଳିକାଙ୍କ ମା ସମ୍ପୃକ୍ତ ଚ୍ୟାନେଲର ଏମଡିଙ୍କୁ ଏ ବିଷୟରେ ଜଣାଇଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି । ସେପଟେ ସମ୍ପୃକ୍ତ ନ୍ୟୁଜ ଚ୍ୟାନେଲ କହିଛି, ପ୍ରକୃତରେ ଯଦି ଏଭଳି ଘଟଣା ଘଟିଛି, ତେବେ ଏତେ ପରେ ଅଗଷ୍ଟ ମାସରେ କାହିଁକି ଅଭିଯୋଗ କରାଯାଇଛି । ଏହାଛଡା ସେମାନେ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରି ଘଟଣାକୁ ଅନୁସନ୍ଧାନ କରିଛନ୍ତି ବୋଲି କହିଛନ୍ତି । ଏବଂ ସେମାନଙ୍କର ଅନୁସନ୍ଧାନରୁ, ଘଟଣାଟି ସମ୍ପୁର୍ଣ୍ଣ ମିଛ ଏବଂ ବ୍ଲାକମେଲ କରିବା ପାଇଁ ମହିଳା ଜଣଙ୍କ ଏଭଳି ଅଭିଯୋଗ ଆଣିଛନ୍ତି ବୋଲି ସେହି କମିଟି, ନିଷ୍କର୍ସରେ ପହଂଚିଛି ।