ଚୋର ଖାଇଗଲେ ଚକମା । ରାଜଧାନୀରେ ଗଲା କିଛି ଦିନ ହେବ ଚୋରଙ୍କ ଉପଦ୍ରବ ବଢିବାରେ ଲାଗିଛି । ଲୋକଙ୍କୁ ଭୟଭୀତ କରି ନିଛାଟିଆ ସ୍ଥାନରୁ ଲୁଟି ନେଉଛନ୍ତି ଲୁଟେରା ଗ୍ୟାଙ୍ଗ । ଏହାରି ଭିତରେ ସାମନାକୁ ଆସିଛି ଭୁବନେଶ୍ୱର ଜଣେ ବ୍ୟବସାୟୀଙ୍କ ବୁଦ୍ଧିମତାର ଘଟଣା । ଲୁଟ୍ ଉଦ୍ୟମ ବେଳେ ପୁଲିସ ହାତରେ ଲୁଟେରାଙ୍କୁ ଧରାଇଦେଇଛନ୍ତି ବ୍ୟବସାୟୀ । ସହିଦନଗର ଅଂଚଳ ବିକ୍ରମ କେଶରୀ ଧଳ ଗତକାଲି ରାତିରେ ଘରକୁ ଫେରୁଥିବା ବେଳେ ଲୁଟ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ୭ ଜଣ ଦୁର୍ବୃତ ୩ଟି ବାଇକରେ ଆସି ବିକ୍ରମ କେଶରୀ ଧଳଙ୍କୁ କିଛି ସମୟ ଧରି ପିଛା କରିବା ପରେ ତାଙ୍କ ଠାରୁ ସୁନା ଗହଣା ଓ ଟଙ୍କା ଲୁଟି ନେବାକୁ ଉଦ୍ୟମ କରିଥିଲେ । ଦୁର୍ବୃତଙ୍କ ହାତରେ ମାରାଣାସ୍ତ୍ର ଥିବା ବେଳେ ଗାଡି ଭିତରେ ବ୍ୟବସାୟୀ କିଛି ଉପାୟ ନପାଇ ଏକ ପିସିଆର ଭ୍ୟାନ ନିକଟରେ ଅଟକି ଯାଇଥିଲେ । ଆଉ ବ୍ୟବସାୟୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ପୁଲିସ ହାବୁଡରେ ଫସିଯାଇଥିଲେ ଲୁଟେରା ।
ରାଜଧାନୀରେ ମାତିଛନ୍ତି ଲୁଟେରା । ଗତ କିଛି ଦିନ ହେବ ଲୁଟେରାଙ୍କ ଉତ୍ପାତ ଦେଖିବାକୁ ମିଳିଥିବା ବେଳେ ୩ଜଣ ଲୁଟେରାଙ୍କୁ ଗିରଫ କରିଛି ପୁଲିସ । ସେମାନଙ୍କ ନିକଟରୁ ୧୪୦ ଗ୍ରାମ ସୁନା ଓ ୩୧ ଭରି ରୁପା ଜବତ କରିଛି ପୁଲିସ । ମଂଚେଶ୍ୱର ଥ।।ନା ପୁଲିସ ଏହି ୩ ଲୁଟେରାଙ୍କୁ ଗିରଫ କରିଛି । ବିଶେଷ କରି ବାତ୍ୟା ଫନି ପରେ ରାଜଧାନୀରେ ଲୁଟେରାଙ୍କ ଆତଙ୍କ ବଢିଛି । କେଉଁଠି ଝରକା କିମ୍ବା ଗ୍ରୀଲ ତାଡି ଲକ୍ଷାଧିକ ଟଙ୍କାର ସୁନାଗହଣା ବୋହିନେଲେଣି ତ କେଉଁଠି ଘରେ ପଶି ହାତ ଗୋଡ ବାନ୍ଧି ଡକାୟତି କଲେଣି । କାର ଚାଳକଙ୍କୁ କଟୁରୀ ହାଣି ଟଙ୍କା ଗହଣା ଛଡାଇନେଉଛନ୍ତି ତ କେଉଁଠି ଚେନ ଝାମ୍ପି ନେଉଛନ୍ତି । ପ୍ରତ୍ୟେକ ଦିନ ରାଜଧାନୀରେ ଏଭଳି ଘଟଣା ଘଟୁଛି । ବାଲିଅନ୍ତା, ଖଣ୍ଡଗିରି, ସହିଦନଗର, ମଂଚେଶ୍ୱର, ନୂଆପଲ୍ଲୀ ଆଦି ଅଂଚଳରୁ ଏଭଳି ଅନେକ ଅଭିଯୋଗ ଥାନାରେ ପହଚୁିଁଛି । ଏହା ପରେ ତତ୍ପରତା ପ୍ରକାଶ କରିଛି କମିସନରେଟ ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/BUSINESS.jpg)