କନକ ବ୍ୟୁରୋ : ଖଣ୍ଡାରେ ଆକ୍ରମଣ କରି ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ । ଭୁବନେଶ୍ୱରର ସକୁନ୍ତଳା ଦାଶ ନାମକ ଜଣେ ମହିଳାଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରି ସୁନାଚେନ ଲୁଟିନେଇଛନ୍ତି । ତିନି ଜଣ ଯୁବକ ଏକ ବାଇକରେ ଆସି ମହିଳାଙ୍କୁ ଆକ୍ରମଣ କରିଥିଲେ । ବାଇକରେ ଆସିଥିବା ତିନଜଣ ଯୁବକଙ୍କ ମଧ୍ୟରୁ ଜଣେ ହେଲମେଟ ପିନ୍ଧିଥିବା ବେଳେ ଅନ୍ୟ ଦୁଇ ଜଣ ହେଲମେଟ ପିନ୍ଧି ନଥିଲେ । ଆକ୍ରମଣରେ ଗୁରୁତର ହୋଇଥିବା ମହିଳାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ପୋଲିସ ପହଂଚି ତଦନ୍ତ କରୁଛି ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us