କନକ ବ୍ୟୁରୋ : ରାଜଧାନୀରେ ଭଡ଼ାଟିଆଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । ମଂଚେଶ୍ୱର ଥାନା ସମେଇଗାଡିଆ ଅଂଚଳରୁ ଏପରି ଅଭିଯୋଗ ଆସିଛି । ୨୬ ହଜାର ଟଙ୍କା, ୧୮ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଓ ଟିଭି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଦଶାହ କର୍ମ ପାଇଁ ଗାଁକୁ ଯାଇଥିବା ବେଳେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ମଂଚେଶ୍ୱର ଥାନା ପୋଲିସ ପହଂଚି ତଦନ୍ତ କରୁଛି ।
ରାଜଧାନୀରେ କଳାକନା ବୁଲାଇଲେ ଲୁଟେରା । ଭଡାଟିଆଙ୍କ ଘରୁ ଟଙ୍କା ସହ ଲୁଟିନେଲେ ସୁନାଗହଣା
/kanak/media/post_attachments/wp-content/uploads/2022/02/WhatsApp-Image-2022-02-07-at-9.17.12-AM.jpeg)