ଭୁବନେଶ୍ୱର ସିଆରପି ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ଆକ୍ରମଣର ଶିକାର ଗୁରୁତର ଯୁବକଙ୍କର ହସ୍ପିଟାଲରେ ମୃତ୍ୟୁ

468

କନକ ବ୍ୟୁରୋ : ରାଜଧାନୀର ଛାତି ଉପରେ ଚାଞ୍ଚଲ୍ୟ । ବିଚ୍ ରାସ୍ତାରେ ଦିବାଲୋକରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଯୁବକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ୱର ସିଆରପି ଛକଠାରେ ଘଟିଛି ଏମିତି ଏକ ଘଟଣା ଯାହା ଆତଙ୍କିତ କରିଛି । ଦିନ ଦ୍ୱିପହରରେ ଯୁବକଙ୍କୁ ୨ ଜଣ ଦୁର୍ବୃତ୍ତ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ । ଯୁବକ ଜଣକ ଜଣେ ଗାଡି ଚାଳକ ହୋଇଥିବା ସୂଚନା । ଯୁବକଙ୍କୁ ଦୁର୍ବୃତ୍ତ କାହିଁକି ହାଣିଲେ କାରଣ ଅସ୍ପଷ୍ଟ ।

ସୂଚନାନୁସାରେ, ସିଆରପି ଛକରେ ଯୁବକଙ୍କ ମୃତ୍ୟୁ ଘଟଣାର ଆସିଲା ପୁରା ତଥ୍ୟ । ପିକଅପ୍ ଭ୍ୟାନରେ ଆସୁଥିଲେ ୩ ଜଣ ଯୁବକ । ଟୁକୁନା, ସୁଧୀର ଓ ସାଗର ପିକଅପ୍ ଭ୍ୟାନରେ ଆସୁଥିଲେ । ଏମାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ପରେ ହାତାହାତି ହୋଇଥିଲେ । ଏହି ସମୟରେ ଧାରୁଆ ଅସ୍ତ୍ରରେ ଜଟିଆକୁ ଆକ୍ରମଣ କରିଥିଲେ ଦୁଇ ଜଣ । ଜଟିଆଙ୍କ ମୃତ୍ୟୁପରେ ତାଙ୍କୁ ଗାଡିରେ ନେଇ ଆସୁଥିବା ବେଳେ ଅଟକାଇ ଥିଲେ ଲୋକେ । ପରେ ସୁଧୀର ଓ ସାଗରଙ୍କୁ ନିସ୍ତୁକ ପିଟି ପୋଲିସ ଜିମା ଦେଇଥିଲେ ଲୋକେ । ଜଟିଆକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲେ ବି ତାର ମୃତ୍ୟୁ ହୋଇ ସାରିଥିଲା । ଲୋକଙ୍କ ଆକ୍ରମଣରେ ଗୁରୁତର ଆହତ ସୁଧୀର ଓ ସାଗର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୂର୍ବଶତ୍ରୁତା ଓ ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ସୁଚନା ଆସୁଛି । ପୂର୍ବରୁ ସାମନ୍ତରାପୁରରେ ଜଣେ ମିଠା ଦୋକାନୀକୁ ସୁପାରୀକିଲର ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ହତ୍ୟା କରିଥିଲା । ଅପରାଧୀମାନଙ୍କର ପୋଲିସ କିମ୍ବା ଆଇନବ୍ୟବସ୍ଥା ଉପରେ ଡର ନଥିବା ଘଟଣାଗୁଡିକ ବୟାନ କରୁଛି ।