ରାଜଧାନୀରେ ଆଉ ୩୨ କରୋନା ପଜିଟିଭ ଚିହ୍ନଟ : ସଙ୍ଗରୋଧରୁ ୧୪ ଓ ସ୍ଥାନୀୟ ଅଞ୍ଚଳରୁ ୧୮ ଜଣ ଚିହ୍ନଟ , ଭୁବନେଶ୍ୱରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫୫୭

3,357

ଭୁବନେଶ୍ୱରରେ ଆଉ ୩୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ସଙ୍ଗରୋଧରୁ ୧୪ ଓ ସ୍ଥାନୀୟ ଅଞ୍ଚଳରୁ ୧୮ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫୫୭ ରେ ପହଁଚିଛି । ତେବେ ଏଠାରେ ୨୪୭ଟି ଆକ୍ଟିଭ୍ କେସ୍ ରହିଛି । ଏହାସହ ୩୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ଆଜି ରାଜ୍ୟରେ ଆଉ ୫୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ ୪୧୬ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୬୧ ଜଣ ଆକ୍ରାନ୍ତ ଅଛନ୍ତି । ୨୪ ଘଣ୍ଟା ଭିତରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସାରଣୀ :- ଅନୁଗୁଳ : ୭ , ବାଲେଶ୍ୱର : ୩୦ , ଭଦ୍ରକ : ୨, ବୌଦ୍ଧ : ୫ , କଟକ : ୧୪,ଢେଙ୍କାନାଳ : ୪ , ଗଜପତି : ୧୭, ଗଞ୍ଜାମ : ୨୬୦ , ଜଗତସିଂହପୁର : ୭ , ଯାଜପୁର : ୯ , ଝାରସୁଗୁଡ଼ା : ୧ , କନ୍ଧମାଳ : ୧ , କେନ୍ଦ୍ରାପଡ଼ା : ୩ , କେନ୍ଦୁଝର : ୪୮,ଖୋର୍ଦ୍ଧା : ୫୬ , କୋରାପୁଟ : ୬ , ମାଲକାନଗିରି : ୧ , ମୟୁରଭଞ୍ଜ : ୧୪ , ନୟାଗଡ଼ : ୧ , ପୁରୀ : ୫ , ସମ୍ବଲପୁର : ୩ , ସୁନ୍ଦରଗଡ଼ : ୮୩ ।