କନକ ବ୍ୟୁରୋ : ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଥିବା ଅଙ୍ଗନୱାଡି ସଂଘ ଆଜି ଓହରିବା ନେଇ ନିଷ୍ପତ୍ତି ନେଇପାରନ୍ତି । ସବୁ ଜିଲ୍ଲାର ଅଧିକାରୀଙ୍କ ସହ ଆଲୋଚନା ପରେ ସଂଘ ଏନେଇ ନିଷ୍ପତ୍ତି ନେବ ବୋଲି କହିଛି । ଧାରଣାରୁ ଓହରିବାକୁ ସରକାର ନିର୍ଦେଶ ଦେବା ପରେ ଅଙ୍ଗନୱାଡି ସଂଘର ଗୋଟିଏ ଗୋଷ୍ଠୀ ଆଜି ତାର ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି କହିଛି ।
ଆଜି ସରକାରଙ୍କ ସହ ସଂଘର ଆଲୋଚନା ହେବା ସମ୍ଭାବନା ରହିଛି । ଦୀର୍ଘ ୪୦ ଦିନ ହେବ ଲୋୟର ପିଏମଜିରେ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି ଅଙ୍ଗନୱାଡି କର୍ମୀ ଓ ସହାୟିକା । ତେବେ ଏହା ଭିତରେ ରାଜ୍ୟ ସରକାର ଅଙ୍ଗନୱାଡି କର୍ମୀଙ୍କ ଦରମା ବୃଦ୍ଧି କରିବା ପାଇଁ ଘୋଷଣା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/anganwadi-1.jpg)