ବିବିସିର ୱାର୍ଲଡ ନ୍ୟୁଜ୍ ପ୍ରସାରଣ ଉପରେ ରୋକ୍ ଲଗାଇଲେ ଚୀନ ସରକାର । ଚୀନ ସରକାରୀ ଗଣମାଧ୍ୟମ ପ୍ରସାରଣ ଉପରେ ବ୍ରିଟେନ୍ ରୋକ ଲଗାଇବା ପରେ ଏମିତି କଲା ଚୀନ

74

କନକ ବ୍ୟୁରୋ : ଦେଶ ଦେଶ ମଧ୍ୟରେ ବିଭିନ୍ନ ସମସ୍ୟାକୁ ନେଇ ଅନେକ ତିକ୍ତ ସଂପର୍କର ଅନୁଭୁତି ଆମେ ପାଇଛୁ । ହେଲେ ଦେଶ ଦେଶ ମଧ୍ୟରେ ଗଣମାଧ୍ୟମ ପ୍ରସାରଣକୁ ନେଇ ବିବାଦ ଦେଖାଦେବା ଏକ ବିରଳ ଘଟଣା । ଯାହାକି ଏବେ ଚୀନ ଓ ବ୍ରିଟେନ ମଧ୍ୟରେ ଦେଖିବାକୁ ମିଳିଛି । ବିବିସି ୱାର୍ଲଡ ନ୍ୟୁଜ୍ ପ୍ରସାରଣ ଉପରେ ଚୀନର ଜାତୀୟ ବେତାର ଓ ଟେଲିଭିଜନ ଆଡମିନେଷ୍ଟେସନ(ସିଏନଆରଟି) ଗୁରୁବାର ଦିନ କଟକଣା ଜାରି କରିଛନ୍ତି । ପୂର୍ବ ସପ୍ତାହରେ ବ୍ରିଟେନର ଟେଲିଭିଜନ ନିୟାମକ ଦେଶରେ ଚୀନ ସରକାରୀ ଗଣମାଧ୍ୟମର ପ୍ରସାରଣ ଉପରେ କଟକଣା ଜାରି କରିବା ପରେ ସିଏନଆରଟି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଏନେଇ ନୂଆବର୍ଷ ପୂର୍ବରୁ ସିଜିଟିଏନ କଟକଣା ନେଇ ଏକ ବିବୃତ୍ତି ମଧ୍ୟ ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଛି କି ଚୀନରେ ବିବିସି ୱାର୍ଲଡ ନ୍ୟୁଜ୍ ପ୍ରସାରଣରେ ଗରୁତର ଉଲଙ୍ଘନ କରୁଛି । ଏଣୁ ଚୀନରେ ଥିବା ପ୍ରସାରଣ ନିୟମ ପାଳନ କରୁ ନଥିବାରୁ ବିଦେଶୀ ମିଡିଆ ଉପରେ ରୋକ୍ ଲଗାଯାଉଥିବା କୁହାଯାଇଛି ।

ଚୀନର ଏଭଳି ପଦକ୍ଷେପ ଉପରେ କୌଣସି ମନ୍ତବ୍ୟ ଦେଇନାହିଁ ବିବିସି । କହିରଖୁ କି ଗତ ଫେବୃଆରୀ ୪ ତାରିଖରେ ବ୍ରିଟିସି ମିଡିଆ ନିୟାମକ ଅଫକମ୍ ଚୀନ ସରକାରୀ ଗଣମଧ୍ୟମ ଚାଇନାର ଗ୍ଲୋବାଲ ଟେଲିଭିଜନ ନେଟୱାର୍କ (ସିଜିଟିଏନ) ର ପ୍ରସାରଣ ଅଧିକାର ସମାପ୍ତ କରିଦେଇଥିଲା । ଏନେଇ ବ୍ରିଟେନ୍ ପକ୍ଷରୁ କୁହାଯାଇଛି କି ସିଜିଟିଏନର ଲାଇସେନ୍ସ ଷ୍ଟାର ଚାଇନା ମିଡିଆ ଲିମିଟେଡ ଉପଯୋଗ କରୁଥିବା ନେଇ ତଦନ୍ତରୁ ସ୍ପଷ୍ଟ ହେବା ପରେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।