କନକ ବ୍ୟୁରୋ: ୩ ଶହ ଫୁଟ ବରୱେଲରେ ଖସିପଡ଼ିଲା ଅଢେଇ ବର୍ଷର କୁନି ଝିଅ । ମଧ୍ୟପ୍ରଦେଶ ସେହୋର ଜିଲ୍ଲାର ମୁଗାଭଲି ଗାଁରେ ଏହି ଘଟଣା ଘଟିଛି । ଶିଶୁଟି ଏବେ ୨୦ ଫୁଟ ତଳେ ଥିବା ଜଣାପଡ଼ିଛି । ଗତକାଲି ଅପରାହ୍ନରେ ଶିଶୁଟି ଜେଜେମା’ଙ୍କ ସହ ଖେଳୁଥିବା ବେଳେ ବରୱେଲରେ ପଡ଼ିଯାଇଥିଲା । ଘଟଣା ଘଟିବା ପରେ ସଙ୍ଗେ ସଙ୍ଗେ ପହଞ୍ଚିଥିଲା ଉଦ୍ଧାରକାରୀ ଦଳ । ଉଦ୍ଧାର କାର୍ଯ୍ୟରେ ଏନ୍ଡିଆରଏଫ୍ ମଧ୍ୟ ସାମିଲ ହୋଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ସେହୋର ଜିଲ୍ଲାର । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଛନ୍ତି । ଅଢେଇ ବର୍ଷର ଝିଅକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।