କେମିତି ଶାଶୂ ବୋହୂଙ୍କୁ ଟାର୍ଗେଟ କରି ଝାମ୍ପି ନେଲେ ସୁନା ଚେନ : ସାମ୍ନାକୁ ଆସିଲା ‘ବାୱରିଆ ଗ୍ୟାଙ୍ଗ’ଙ୍କ ଲୁଟର ସିସିଟିଭି ଚିତ୍ର
କନକ ବ୍ୟୁରୋ : ସାମ୍ନାକୁ ଆସିଲା ବାୱରିଆ ଗ୍ୟାଙ୍ଗ ଲୁଟ କରୁଥିବାର ସିସିଟିଭି ଚିତ୍ର । ଭୁବନେଶ୍ୱରରେ ଜଣେ ଅଫିସରଙ୍କ ପତ୍ନୀ ଓ ବୋହୂ ରାସ୍ତାରେ ଯାଉଥିବା ବେଳେ ଉଭୟଙ୍କ ଚେନକୁ ଛଢ଼ାଇ ନେଇ ଯାଉଛନ୍ତି ଛିନତାଇ ଗ୍ୟାଙ୍ଗର ଏହି ସଦସ୍ୟ । ଚିତ୍ରରୁ ଜଣାପଡ଼ୁଛି ପୂର୍ବରୁ ସେହି ସ୍ଥାନରେ ରେକି କରିବା ପରେ ବାଇକରେ ଆସିଥିବା ୨ ଲୁଟେରା ରାସ୍ତାର ନିଦ୍ଧିଷ୍ଟ ସ୍ଥାନରେ ଜଗି ରହୁଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଯେତେବେଳେ ଉଭୟ ମହିଳା ଚାଲି ଚାଲି ସେହି ବାଟ ଦେଇ ଯାଉଛନ୍ତି, ଜଣେ ଲୁଟେରା ହଠାତ୍ ପଛପଟୁ ଆସି ଉଭୟଙ୍କ ବେକରୁ ସୁନା ଚେନ୍ ଛଡ଼ାଇ ନେଉଛନ୍ତି । ଆଉ ବାଇକ୍ ଷ୍ଟାଟ କରି ଅପେକ୍ଷା କରିଛନ୍ତି ତାଙ୍କ ସହଯୋଗୀ । ଲୁଟ କରିବା ପରେ ଉଭୟ ଦ୍ରୁତ ଗତିରେ ସେହି ସ୍ଥାନରୁ ଫେରାର ହୋଇଯାଉଥିବା ସିସିଟିଭିରେ ଦେଖିବାକୁ ମିଳିଛି । ଗତକାଲି ଏହି ଗ୍ୟାଙ୍ଗର ୪ଜଣଙ୍କୁ ପୁରୀରୁ ଗିରଫ କରିଛି କମିଶନରେଟ୍ ପୋଲିସ ।