ଭୁବନେଶ୍ୱରରେ ବାୱରିଆ ଗ୍ୟାଙ୍ଗର ଆତଙ୍କ। ଝାରପଡା ଜେଲରେ ଟିଆଇ ପରେଡରେ ଲୁଟେରାଙ୍କୁ ଚିହ୍ନଟ କଲେ ମହିଳା

473

କନକ ବ୍ୟୁରୋ: ଝାରପଡା ଜେଲରେ ଟି.ଆଇ.ପରେଡ ।  ଜେଲ ଭିତରେ ଆରମ୍ଭ ହେଉଛି ଅଭିଯୁକ୍ତର ଚିହ୍ନଟ  ପ୍ରକ୍ରିୟା । ରାଜ୍ୟରେ ୨୮ଟି ଅପରାଧ କରି ପୁଲିସର ନିଦ ହଜାଇଦେଇଥିବା ବାୱରିଆ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ କୁମାରକୁ ଚିହ୍ନଟ କରିବା ପାଇଁ ଜେଲରେ ବ୍ୟବସ୍ଥା କରାଯାଇଛି । ଗ୍ୟାଙ୍ଗ ହାବୁଡରେ ପଡିଥିବା ବଡଗଡ ଥାନା ଅଧୀନ ଜଣେ ମହିଳା ଅଭିଯୁକ୍ତଙ୍କ ଚିହ୍ନଟ ପାଇଁ ଜେଲରେ ପହଞ୍ଚିଲେ । ଅଭିଯୁକ୍ତ ପ୍ରଦୀପ କୁମାର ଭଳି ଅବିକଳ ଦେଖାଯାଉଥିବା ୮ ଜଣଙ୍କୁ ଧାଡିକରି ଛିଡାକରାଯାଇଥିଲା । ଅଭିଯୁକ୍ତ ସମେତ ଜେଲରେ ଉପସ୍ଥିତ ଥିଲେ ଜୁଡିସିଆଲ ମାଜିଷ୍ଟ୍ରେଟ, ଜେଲ ସୁପରିଟେଣ୍ଡେଣ୍ଟ ଓ ଅଭିଯୋଗକାରିଣୀ । ଅଭିଯୋଗକାରିଣୀ, ଅଭିଯୁକ୍ତକୁ ଚିହ୍ନଟ କରିଦେଇଥିଲେ । ଆଉ ସଫଳ ହୋଇଥିଲା ଟ.ିଆଇ ପରେଡ ।

ବାୱରିଆ ଗ୍ୟାଙ୍ଗର ଦୁଇ ସଦସ୍ୟ ପ୍ରଦୀପ କୁମାର ଓ ବିକାଶ ନାଁରେ ପ୍ରାୟ ଶହେରୁ ଅଧିକ ମାମଲା ରହିଥିବା ଜାଣିବାକୁ ପାଇଛି ପୁଲିସ । ଏମାନେ ଓଡିଶା ସମେତ ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା, ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଓ ରାଜସ୍ଥାନ ଭଳି ରାଜ୍ୟରେ ସଙ୍ଗୀନ ମାମଲାରେ ଅଭିଯୁକ୍ତ ଅଛନ୍ତି ।  ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ପାନିପଥ, ଝିଞ୍ଜାରା ଓ କର୍ଣ୍ଣଲ ସହରରେ ସର୍ବାଧିକ ଅପରାଧ ଘଟାଇଥିବା ତଦନ୍ତରୁ ଜଣାପଡିଛି । ତେବେ ଏମାନଙ୍କର ପୋଲ ଖୋଲିବା ପାଇଁ  ଦିଲ୍ଲୀ ଓ ୟୁପି ଯିବ କମିଶନରେଟ ପୁଲିସ ସ୍ପେଶାଲ ସ୍କାର୍ଡ ।

ଓଡିଶା ପୁଲିସ ଦିଲ୍ଲୀ କ୍ରାଇମବ୍ରାଞ୍ଚ, ଆଇବି ଏବଂ ୟୁପି ଏସଟିଏଫ ସହିତ ଯୋଗାଯୋଗରେ ରହିଛି । ୪ ଅଭିଯୁକ୍ତଙ୍କୁ ୩ଦିନିଆ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି କମିଶନରେଟ ପୁଲିସର ସ୍ୱତନ୍ତ୍ର ସ୍କାର୍ଡ । ପ୍ରଶ୍ନ ଉଠୁଛି,

-ଏବେ ବି ଓଡିଶାରେ ଲୁଚି ରହିଛନ୍ତି କି ବାୱରିଆ ଗ୍ୟାଙ୍ଗର ସଦସ୍ୟ?

-ଗ୍ୟାଙ୍ଗରେ ସାମିଲ ଅଛନ୍ତି କି ଓଡିଆ ଯୁବକ?