କନକ ବ୍ୟୁରୋ : ବାଉଁଶୁଣୀ ମହୋତ୍ସବ ପଡ଼ିଆରେ ଅଘଟଣ । ଗ୍ୟାସ୍ ଟାଙ୍କୀ ଫାଟି ୩ ଜଣ ଗୁରୁତର । ମହୋତ୍ସବରେ ସୌନ୍ଦର୍ଯ୍ୟ ପାଇଁ ଲଗାଯାଉଥିବା ବେଲୁନରେ ଗ୍ୟାସ୍ ଭର୍ତ୍ତି କରୁଥିବା ବେଳେ ଗ୍ୟାସ୍ ଟାଙ୍କିି ଫାଟି ଯାଇଥିଲା । ଏଥିରେ ୩ ଜଣ ଗୁରୁତର ହୋଇଥିବା ବେଳେ ପ୍ରଥମେ ସେମାନଙ୍କୁ ବାଉଁଶୁଣି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ପରେ ୨ ଜଣଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ସୋନପୁର ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି । ଜିଲ୍ଲାପାଳ ଡାକ୍ତରଖାନାରେ ପହଂଚି ରୋଗୀଙ୍କ ଅବସ୍ଥା ପଚାରି ବୁଝିଥିବା ଜଣାପଡିଛି ।