ଶ୍ରୀକ୍ଷେତ୍ରରେ ପହଂଚିଲା ବଉଳା କାଠ: ସତ୍ୟବାଦୀରୁ ସୁସଜ୍ଜିତ ଶଗଡରେ ତିନି ଖଣ୍ଡ କାଠକୁ ପାଟବସ୍ତ୍ରରେ ଘୋଡେଇ ଅଣାଗଲା ପୁରୀ; ଶ୍ରୀମନ୍ଦିର ପ୍ରଶାସନକୁ କରାଗଲା ହସ୍ତାନ୍ତର

ମହାପ୍ରଭୁଙ୍କ ସେବାରେ ଲାଗିଥିବାରୁ ଭାଗ୍ୟବାନ ମଣିଲେ ଶଗଡିଆ

265

କନକ ବ୍ୟୁରୋ: ପୁରୀରେ ପହଂଚିଲା ବଉଳା କାଠ । ସେନାପଟା ଲାଗି ସତ୍ୟବାଦୀର ଅଜାଘରୁ ଆସିଛି କାଠ । ବିଲ ସାହିରୁ ଚିହ୍ନଟ ହୋଇଥିବା ଗଛକୁ କଟାଯାଇଥିଲା । ଏହାପରେ ଭଜନ କୀର୍ତନ ସହ ଏକ ସୁସଜ୍ଜିତ ଶଗଡରେ ତିନି ଖଣ୍ଡ କାଠକୁ ପାଟବସ୍ତ୍ରରେ ଆଚ୍ଛାଦିତ କରି ତୁୁଳସୀ ଓ ଫୁଲର ଟାହିଆ ଲଗାଯ୍ଧବ ପୁରୀକୁ ଅଣାଯାଇଥିଲା । ଏହି କାଠକୁ ମହାପ୍ରଭୁଙ୍କ ପହଣ୍ଡିରେ ସେନାପଟା ପାଇଁ ବ୍ୟବହାର କରାଯାଏ । ଏହି କାଠକୁ ଆଣିଥିବାରୁ ନିଜକୁ ବେଶ ଭାଗ୍ୟବାନ ମେନ କରିଛନ୍ତି ଶଗଡିଆ ।

ସେପଟେ, ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ ଧାରା । ମାର୍କେଟ ଛକଠାରୁ କାକୁଡିଖାଇ ଛକ ଓ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ଲାଗୁ ହେବ । ଆସନ୍ତା ୫ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ଥିବା ବେଳେ ୪ ତାରିଖରୁ ୬ ତାରିଖ ଯାଏଁ କଟକଣା ଲାଗୁ ହେବ । ନୀତି ସୁପରିଚାଳନା ପାଇଁ ଗଠିତ ସୋମବାରିଆ କମିଟି ବୈଠକରେ ଏହି ନିଷ୍ପତ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକର ନିଷ୍ପତି ଆଧାରରେ ୪ ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ ଧାରା ବଳବତର ରହିବ । ମହାପ୍ରଭୁଙ୍କ ସ୍ନାନ ଯାତ୍ରାର ସିଧା ପ୍ରସାରଣ କରାଯିବ । ଶ୍ରଦ୍ଧାଳୁମାନେ ଘରେ ବସି ଚତୁର୍ଦ୍ଧା ବିଗ୍ରହଙ୍କ ସ୍ନାନ ପୂର୍ଣ୍ଣିମା ଦେଖିପାରିବେ । ସେପଟେ ସ୍ନାନ ପୂର୍ଣ୍ଣିମା ଆଗରୁ ପାଳିଆ ସେବାୟତଙ୍କୁ ମିଶାଇ ମୋଟ ୭୦୦ ସେବାୟତଙ୍କ କୋଭିଡ ଟେଷ୍ଟ କରାଯାଇଛି । ଅଧିକାଂଶ ସେବାୟତଙ୍କର ନେଗେଟିଭ୍ ଆସିଛି ବୋଲି ଜିଲ୍ଲାପ୍ରଶାସନ ସୂଚନା ଦେଇଛି ।