ପତ୍ନୀଙ୍କ ଅଭିଯୋଗ ଆଧାରରେ ଗିରଫ ହେଲେ ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗ୍ । ଡେପୁଟି କଲେକ୍ଟରଙ୍କ ଷ୍ଟିଂ ଭିଡିଓ ଜାରି କରି ଥାନାରେ ଅଭିଯୋଗ କରିଥିଲେ ପତ୍ନୀ ।

447

କନକ ବ୍ୟୁରୋ : ଗିରଫ ହେଲେ ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଶରତ ବାଗ । ପତ୍ନୀଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରିଛି ଝାରସୁଗୁଡା ପୁଲିସ । ସ୍ତ୍ରୀଙ୍କୁ ନିର୍ଯାତନା ଦେବା ସହ ପରକୀୟାପ୍ରିତୀ ଅଭିଯୋଗରେ ଡେପୁଟି କଲେକ୍ଟରଙ୍କୁ ଗିରଫ କରାଯାଇଥିବା ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି । ଶରତ ବାଗ୍ ତାଙ୍କ ସ୍ତ୍ରୀଙ୍କୁ ଶାରୀରିକ ନିର୍ଯ୍ୟାତନା ସହିତ ଅନ୍ୟ ମହିଳାଙ୍କ ସହିତ ସଂପର୍କ ରଖିଥିବା ନେଇ ପତ୍ନୀ ଡୋଳିଆ ଦେବନାଥ ଝାରସୁଗୁଡା ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ଅନୁସାରେ, ବୌଦ୍ଧ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ ଅବସ୍ଥାପିତ ଥିବା ଶରତ ବାଗ୍ କୌଣସି କାମରେ ଝାରସୁଗୁଡା ଆସିଥିବା ସମୟରେ ପତ୍ନୀ ଡୋଳିଆ ଦେବନାଥଙ୍କ ସହ ଝଗଡା କରିଥିଲେ । ଏହାପରେ ସେ ଓ ତାଙ୍କର ସାଥୀ ମିଶି ଡୋଳିଆଙ୍କୁ ମାଡ ମାରିଥିଲେ । କୌଶଳ କ୍ରମେ ଶରତଙ୍କ ପତ୍ନୀ ସେଠାରୁ ଖସି ଆସି ଝାରସୁଗୁଡା ଏସପିଙ୍କ ନିକଟରେ ଫେରାଦ ହୋଇଥିଲେ । ପରେ ସେ ଥାନାରେ ଏତଲା ଦେଇଥିଲେ ।

ପତ୍ନୀଙ୍କ ମୌଖିକ ଅଭିଯୋଗ ପରେ ତୁରନ୍ତ ତାଙ୍କର ଜିଲ୍ଲା ଡାକ୍ତରଖାନାକୁ ନେଇ ପରୀକ୍ଷା କରାଯାଇଥିଲା । ଡାକ୍ତରଖାନାରୁ ଫେରିବା ପରେ ସେ ଥାନାରେ ଏତଲା ଦେଇଥିଲେ । ପୁରା ଘଟଣାକୁ ଷଡଯନ୍ତ୍ର ବୋଲି କହିଥିଲେ ବୌଦ୍ଧ ଡେପୁଟି କଲେକ୍ଟର ।