ସରିଲା ଅପେକ୍ଷା ! ପବଜିର ବିକଳ୍ପ ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ପାଇଁ ଭାରତରେ ଆରମ୍ଭ ହେବ ପ୍ରି-ରେଜିଷ୍ଟ୍ରେସନ୍ ।

759

କନକ ବ୍ୟୁରୋ : ଭାରତରେ ପବଜି ବ୍ୟାନ୍ ହେବା ପରେ ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ ଫ୍ୟାନ୍ସଙ୍କ ଅପେକ୍ଷା ଶେଷ ହୋଇଛି । ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆର ପ୍ରି-ରେଜିଷ୍ଟ୍ରେସନ ତାରିଖ ବାବଦରେ ଘୋଷଣା କରିଛି କମ୍ପାନୀ । ଏହା ସହ କ୍ରାଫଟନ୍ ପକ୍ଷରୁ ଏକ ଭିଡିଓ ପୋଷ୍ଟ କରାଯାଇଛି । ଏତିରେ କୁହାଯାଇଛି ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆର ପ୍ରି-ରେଜିଷ୍ଟ୍ରେସନ୍ ମେ ୧୮ ତାରିଖରୁ ଆରମ୍ଭ ହେବ ।

ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ ପକ୍ଷରୁ ଫେସବୁକ ଏବଂ ୟୁଟ୍ୟୁବରେ ୧୭ ସେକେଣ୍ଡର ଏକ ଭିଡିଓ ପୋଷ୍ଟ କରାଯାଇଛି । ତେବେ ଏହା ସ୍ପଷ୍ଟ କରାଯାଇନାହିଁ ଯେ, ଏହି ଗେମ୍ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଉଭୟ ବ୍ୟବହାରୀଙ୍କ ପାଇଁ ଉପଲବ୍ଧ ହେବ କି ନାହିଁ । ତେବେ ପବଜିତ ସାନହୋକ୍ ମ୍ୟାପକୁ ଏହି ପୋଷ୍ଟରେ ଦେଖାଯାଇଛି । ତେଣୁ ଅନୁମାନ କରାଯାଉଛି ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆରେ ପବଜିର ସାନହୋକ ମ୍ୟାପ୍ ସ୍ଥାନ ପାଇପାରେ ।

ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ଜୁନ ମାସରୁ ଏହି ଗେମ୍ ଆରମ୍ଭ ହୋଇପାରେ । ଗେମର ଏକ ପୋଷ୍ଟରରେ ଲେଭଲ-୩ର ହେଲମେଟ୍ ଦେଖାଯାଇଛି । ତେବେ ଗେମର ପ୍ରି-ରେଜିଷ୍ଟ୍ରେସନ ତାରିଖ ସାମ୍ନାକୁ ଆସିବା ପରେ ଏହା ସ୍ପଷ୍ଟ ହୋଇସାରିଛି ଯେ, ଏହି ଗେମ୍ ଭାରତରେ ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି । ତେବେ ଯେମିତି ପବଜି ଭଳି ଏହା ବ୍ୟାନ୍ ନହୋଇଯାଏ, ଏଥିପ୍ରତି କମ୍ପାନୀ ସ୍ୱତନ୍ତ୍ର ଦୃଷ୍ଟି ଦେଇଛି । ତେଣୁ ଗେମର ନାଁରେ ପବଜି ନାଁର ବ୍ୟବହାର କରାଯାଇନାହିଁ ।