ପଂଚାୟତ ଲଢେଇରେ କିଏ ଜିତିବ କେତେ ଆସନ ? ଗଣମାଧ୍ୟମରେ ଦମ୍ଭୋକ୍ତି ପ୍ରକାଶ କଲେ ରାଜନୈତିକ ଦଳ

142

କନକ ବ୍ୟୁରୋ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀମାନେ ମଇଦାନକୁ ଓହ୍ଲାଇବା ପରେ, ପ୍ରଚାର ମଇଦାନ ସରଗରମ ହୋଇଛି । ଏହା ଭିତରେ କିଏ ଜିତିବ କେତେ ଆସନ । ଏନେଇ ଦମ୍ଭୋକ୍ତି ପ୍ରକାଶ କରିଛନନ୍ତି ରାଜନୈତିକ ଦଳ । ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ୮୦୦ଶହରୁ ଅଧିକ ଜିଲ୍ଳା ପରିଷଦ ଜୋନରେ ଜିତିବ ବିଜେଡି । ବରଗଡ ଆମ୍ବାଭୋନାରେ ବିଜେଡି ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ଏହାର ନମୁନା । ଚଳିତ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇ ହେବ । ଲୋକେ ବିଜେଡି ସହିତ ଅଛନ୍ତି ।

ସେହିପରି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ଭାରତୀୟ ଜନତା ପାର୍ଟି ପୂର୍ବ ନିର୍ବାଚନରେ ତୃତୀୟରୁ ଦ୍ୱିତୀୟକୁ ଆସିଥିଲା । ଏଥର ଦ୍ୱିତୀୟରୁ ପ୍ରଥମ ସ୍ଥାନକୁ ଆସିବ । ପ୍ରମିଳା ମଲ୍ଲିକ ଯାହା କହିଥିଲେ ତାହା ତର୍ଜମା କରି ଦେଖନ୍ତୁ, ସେ କଣ ଜ୍ୟୋତିଷ ନା ଭୋଟ ବାକ୍ସ ତିଆରି କରିଛନ୍ତି । ସେମାନେ ରାଜ୍ୟବାସୀଙ୍କ ସେବା କରିନାହାନ୍ତି କି ଓବିସିଙ୍କୁ ନ୍ୟାୟ ପ୍ରଦାନ କରିନାହାନ୍ତି, ସେ ଉତ୍ତର ତାଙ୍କୁ ଦେବାକୁ ପଡିବ । ଆମର କୌଣସି ସ୍ଥାନରେ ସ୍ୱାଧୀନ ପ୍ରାଥୀ ନାହାନ୍ତି, ଯେଉଁମାନେ ଥିଲେ ସମସ୍ତେ ପ୍ରାଥୀପତ୍ର ପ୍ରତ୍ୟାହାର କରିସାରିଛନ୍ତି । ଯେଉଁମାନେ ଅଛନ୍ତି ସେମାନେ ବିଜୁ ଜନତା ଦଳର ପ୍ରାଥୀ । ତେଣୁ ସ୍ୱାଧୀନ ପ୍ରାଥୀ ଲାଗି ଯାହା କ୍ଷତି ହେବ ବିଜେଡିର ହେବ ଆମର କୌଣସି କ୍ଷତି ହେବ ନାହିଁ ।