ବୁର୍ଲା ମେଡିକାଲରେ ଅଗ୍ନିକାଣ୍ଡ: ଡାଏଲିସିସ୍ ୱାର୍ଡରେ ଲାଗିଲା ନିଆଁ; ବଡ ଅଘଟଣ ଆଗରୁ ନିଆଁକୁ କାବୁ କଲା ଅଗ୍ନିଶମ ବିଭାଗ

Advertisment
ବୁର୍ଲା ମେଡିକାଲରେ ଅଗ୍ନିକାଣ୍ଡ: ଡାଏଲିସିସ୍ ୱାର୍ଡରେ ଲାଗିଲା ନିଆଁ; ବଡ ଅଘଟଣ ଆଗରୁ ନିଆଁକୁ କାବୁ କଲା ଅଗ୍ନିଶମ ବିଭାଗ

କନକ ବ୍ୟୁରୋ: ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲରେ ଅଗ୍ନିକାଣ୍ଡ । ବୁର୍ଲା ମେଡିକାଲର ଡାଏଲିସିସ୍ ୱାର୍ଡରେ ଆଜି ସକାଳେ ନିଆଁ ଲାଗିଥିଲା । ତେବେ ଏହି କୌଣସି ବଡ ଅଘଟଣ ଘଟାଇବା ଆଗରୁ ନିଆଁକୁ ଆୟତ କରିଥିଲା ଅଗ୍ନିଶମ ବିଭାଗ । ଏପରି ଅଗ୍ନିକାଣ୍ଡ ପରେ ଡାକ୍ତରଖାନାରେ ଥିବା ରୋଗୀଙ୍କ ମଧ୍ୟରେ ଭୟ ଖେଳିଯାଇଛି । କିପରି ସ୍ଥିତିରେ ନିଆଁ ଲାଗିଲା ଏହାର କାରଣ ଅସ୍ପଷ୍ଟ ରହିଛି ।

publive-image

ସୂଚନା ଅନୁସାରେ, ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ ଆଣ୍ଡ ରିସର୍ଚ୍ଚ ପରିସରରେ ଥିବା ବ୍ୟାଟେରି ରୁମରେ ହଠାତ୍ ଧୂଆଁ ଦେଖିବାକୁ ପାଇଥିଲେ। ତାପରେ ରୋଗୀ ଏବଂ ସଂପର୍କୀୟମାନେ ଆତଙ୍କିତ ହୋଇପଡ଼ିଥିଲେ।ସଙ୍ଗେସଙ୍ଗେ ରୋଗୀମାନଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଏହାପରେ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ ।

publive-image

ତେବେ ଏହି ଘଟଣା ସକାଳ ସାଢ଼େ ୭ଟା ବେଳେ ଘଟିଥିବା କୁହାଯାଉଛି। ତେବେ ଏଥିରେ କୌଣସି ବିଶେଷ କ୍ଷୟକ୍ଷତି ଘଟି ନଥିବା ଜଣାଯାଇଛି।ବ୍ୟାଟେରି ରୁମରେ ଥିବା ବ୍ୟାଟେରିଗୁଡିକ ଜଳିଯାଇଥିବା ଜଣାଯାଇଛି। କିନ୍ତୁ ବ୍ୟାଟେରି ରୁମ ପାଖରେ ଆଇସିୟୁ ଥିବା ହେତୁ ଯଦି ଠିକ୍ ସମୟରେ ନିଆଁ ଲିଭାଯାଇନଥାନ୍ତା ,ତେବେ ଏହା ଆଇସିୟୁକୁ ବ୍ୟାପି ଯାଇଥାନ୍ତା ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe