ଯେଉଁଠି ପିଇବା ପାଣି, ସେଇଠି ବ୍ୟାଟେରି ଡିଷ୍ଟିଲ ୱାଟର : ମାଲକାନଗିରି ଜିଲ୍ଲା ଏମଭି ୨ ଗାଁରେ ଚାଲିଥିଲା କମ୍ପାନି; ଚଢାଉ କରି କମ୍ପାନିରେ ତାଲା ମାରିଲେ ଏସଡିପିଓ

35

କନକ ବ୍ୟୁରୋ : ଯେଉଁଠି ପିଇବା ପାଣି, ସେଇଠି ବ୍ୟାଟେରି ଡିଷ୍ଟିଲ ୱାଟର । ମାଲକାନଗିରି ଜିଲ୍ଲା ଏମଭି ୨ ଗାଁରେ ଗୋଟିଏ ଛାତ ତଳେ ବିଶୁଦ୍ଧ ପାନୀୟ ଜଳ ଓ ବ୍ୟାଟେରି ଡିଷ୍ଟିଲ ୱାଟର ପ୍ରସ୍ତୁତ କରୁଥିଲା ଏକ ଘରୋଇ କମ୍ପାନୀ । ବିନା କୌଣସି ବୈଧ ପଂଜିକରଣ କିମ୍ବା ବଟଲିଙ୍ଗ ଲାଇସେନ୍ସରେ ଏହି କମ୍ପାନି ବଜାରରେ ନକଲି ଡିଷ୍ଟିଲ ୱାଟର ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ଖବର ପାଇ ମାଲକାନଗିରି ଏସଡିପିଓ ଓ ଆଇଆଇସି ପ୍ଲାଣ୍ଟ ଉପରେ ଚଢାଉ କରି ଡିଷ୍ଟିଲ ୱାଟର ପ୍ଲାଣ୍ଟରେ ତାଲା ପକାଇଛନ୍ତି ।