କନକ ବ୍ୟୁରୋ: ଜୁନ ମାସ ୨୨ତାରିଖରେ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ।ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀ ମନ୍ଦିର ପ୍ରଶାସନ। ସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁଙ୍କ ଅଣସର ନିତି ଥିବାରୁ ଏଥି ପାଇଁ ଗୁପ୍ତ ନୀତି ପାଇଁ ଆବଶ୍ୟକ ଦ୍ରବ୍ୟ ଅଣାଯାଇଛି।ଏଥି ମଧ୍ୟରୁ ବାସୁଙ୍ଗା ପାଟ ଘଣା ଲାଗି ସମୟରେ ଆବଶ୍ୟକ ଥିବାରୁ ଆଜି ଏହି ପାଟକୁ ଆଣାଯାଇଛି।ମୋଟ ୩କୁଇଣ୍ଟାଲ ବାସୁଙ୍ଗା ପାଟ ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। କଟକ ତିଗିରିଆର ନୂଆପାଟଣା ଅଞ୍ଚଳରୁ ଏକ ଗାଡି ଯୋଗେ ଏହି ପାଟ ଅଣାଯାଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦାଖଲ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆପାଟଣାର ଟସର ବ୍ୟବସାୟୀଙ୍କୁ ନିର୍ଦ୍ଦିଷ୍ଟ ପରିମାଣର ବାସୁଙ୍ଗା ପାଟ ଲାଗି ବରାଦ ଦିଆଯାଇଥିଲା। ପୂର୍ବରୁ ଏହି ପାଟର ସାମ୍ପୁଲ ଚିହ୍ନଟ ଲାଗି ସେବାୟତଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏହା ଆଜି ଶ୍ରୀ କ୍ଷେତ୍ରରେ ପହଞ୍ଚିଛି।
ଆରମ୍ଭ ହେଲାଣି ମହାପ୍ରଭୁଙ୍କ ସ୍ନାନଯାତ୍ରା ପ୍ରସ୍ତୁତି । ଘଣାଲାଗି ନୀତି ପାଇଁ ଆସିଲା ବାସୁଙ୍ଗା ପାଟ ।
Advertisment
Follow Us