ବସୁନ୍ଧରା ସ୍କିମରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ । ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁରର ୯ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ ।

224

କନକ ବ୍ୟୁରୋ: ବସୁନ୍ଧରା ସ୍କିମରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ମାମଲାରେ ଭିଜିଲାନ୍ସର ବଡ଼ ଧରଣର ଚଢ଼ାଉ । ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁରର ୯ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଅପରାଧିକ ଯୋଜନା, ଅନିମୟମିତତା, ଜାଲିଆତି ଏବଂ ଅପରାଧିକ ଷଡଯନ୍ତ୍ର କରି ବ୍ୟାପକ ଠକେଇ ଅଭିଯୋଗରେ ଚଢ଼ାଉ ଜାରି ରହିଛି । ଚଞ୍ଚକତା କରି ସରକାରୀ ଅଫିସରମାନେ ଅଯୋଗ୍ୟଙ୍କ ହାତକୁ ମୂଲ୍ୟବାନ ଜମି ଟେକି ଦେଇଛନ୍ତି । କୁଜଙ୍ଗ ପୂର୍ବତନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ଜଗତସିଂହପୁର ପୂର୍ବତନ ଉପ ଜିଲ୍ଲପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଝିମାଣୀ ସର୍କଲ ପୂର୍ବତଦ ଆରଆଇ ସନ୍ତୋଷ କୁମାର ମଲ୍ଲିକ, ପାରାଦୀପ ଗଡ଼ ପୂର୍ବତନ ଆରଆଇ ନରେନ୍ଦ୍ର କୁମାର ଲେଙ୍କା, କୁଜଙ୍ଗ ଆରଆଇ ସୁବାସ ଚନ୍ଦ୍ର ଦାସ, ପଣ୍ଡ୍ରୁା ସର୍କଲ ଆରଆଇ ଜ୍ୟୋତି ଭୂଷଣ ବାରିକଙ୍କ ଘରେ ରେଡ କରୁଛି ଭିଜିଲାନ୍ସ । ଏମାନଙ୍କ ଘରେ ଭିଜିଲାନ୍ସର ୯ଟି ଟିମ୍, ଜଣେ ଏଡିସନାଲ ଏସପି, ୧୧ଜଣ ହିଏସପି ଓ ୬ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ଅଛନ୍ତି ।