କନକ ବ୍ୟୁରୋ : ଲୋକଙ୍କୁ ମିଳିବ ବିଶୁଦ୍ଧ ପିଇବାପାଣି । ଏନେଇ ଲକ୍ଷାଧିକ ଟଙ୍କା ବ୍ୟୟବରାଦ ହେଉଛି । ହେଲେ ପ୍ରକଳ୍ପ ମାରିଛି ଫେଲ୍ । ଏବେ ବି ଲୋକେ ବିଶୁଦ୍ଧ ପାଣି ମୁନ୍ଦାଏ ପାଇଁ ଚାହିଁ ବସିଛନ୍ତି । କଂଟାପଡାରେ ଅଂଚଳରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ପାଣି ଷ୍ଟୋରେଜ ପାଇଁ ଟାଙ୍କି କରାଯାଉଛି । ହେଲେ ଟାଙ୍କିକୁ ପାଣି ଉଠୁନି । କିଛି ସ୍ଥାନରେ ପାଣିଟାଙ୍କି ସମ୍ପୁର୍ଣ୍ଣ ଅଚଳ ହୋଇପଡିଛି । ଟାଙ୍କିକୁ ସଂଯୋଗ କରୁଥିବା ପାଇପ୍ ଗୁଡିକ ଭାଙ୍ଗିପଡିଥିବା ବେଳେ ଓଭର ହେଡ ଟାଙ୍କିରେ ଫାଟ ସୃଷ୍ଟି ହେଲାଣି । ଗାଁର ପ୍ରତିଟି ନଳକୂଅରୁ ମିଳୁନି ପାଣି । କିଛି ନଳକୂଅ ଅଚଳ ହାଇପଡିିଛି । ଆଉ ଯେଉଁ କିଛି ନଳକୂଅରୁ ପାଣି ବହାରୁଛି ତାହା ସମୁଦ୍ରକୁ ଶଙ୍ଖେ ଭଳି ସ୍ଥିତି ଉପୁଜିଛି । ଏହି ସବୁ ସମସ୍ୟା ନେଇ ବହୁବାର ଅଭିଯୋଗ ହୋଇଚାଲିଛି । ହେଲେ ନା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ନା ସମାଧାନ ହେଉଛି । ଯାହାକୁ ନେଇ ଅସନ୍ତୋଷ ବଢିଚାଲିଛି ।

Advertisment

ସମସ୍ୟା ନେଇ ବହୁବାର ଅଭିଯୋଗ ହୋଇଛି । ହେଲେ ଲୋକଙ୍କ ପାଇଁ ଏବେ ବି ପାଣିର ସୁବିଧା କରାଯାଇନି । ସେପଟେ ସମସ୍ତ ଘଟଣାକୁ ସମ୍ପ୍ରୁ୍ଣ୍ଣ ଖଣ୍ଡନ କରିଛନ୍ତି କଂଟାପଡା ବ୍ଲକର ବିଭାଗୀୟ ଅଧିକାରୀ । ଗାଁର କିଛି ଲୋକେ ବିଦ୍ୟୁତ ସଂଯୋଗ କ।ଟିଦେଇଥିବାରୁ ଏହି ସମସ୍ୟା ଉପଜିଥିବା କୁହ।ଯାଇଛି ।

ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଇ ଖୁବ ଶିଘ୍ର ସମାଧାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।