ଭୋଟ୍ ପଡୁଛି, ପ୍ରାର୍ଥୀଙ୍କ ଛାତିରେ ଛନକା ଭରୁଛି । ବାସୁଦେବପୁରର ବାଦଶାହା କିଏ ?

184

କନକ ବ୍ୟୁରୋ: ଚାଲିଛି ଚତୁର୍ଥ ପର୍ଯ୍ୟାୟ ଲଢ଼େଇ । ମତ ସାବ୍ୟସ୍ତ କରି ନେତା ବାଛିବାକୁ ପୁଲିଂ ବୁଥ୍ ସାମ୍ନାରେ ସକାଳୁ ସକାଳୁ ଭିଡ଼ ଲଗାଇଛନ୍ତି ମତଦାତା । ସବୁଠାରୁ ବଡ଼ କଥା ହେଲା ଯେ, ଏହି ଶେଷ ଲଢ଼େଇରେ ବାଜି ମାରିବାକୁ ପ୍ରମୁଖ ଦଳ କମର କଷିଥିବାବେଳେ ଭଦ୍ରକ ସଂସଦୀୟ କ୍ଷେତ୍ରରେ ଅଧିନରେ ଥିବା ବାସୁଦେବପୁର ବିଧାନସଭା କ୍ଷେତ୍ରରେ ଚାଲିଛି ଭୋଟ୍ ଗ୍ରହଣ ପ୍ରକ୍ରିୟା । ଆଉ ନିଜ ଅଞ୍ଚଳ ପାଇଁ କାହାକୁ ନିଜର ସିପାହୀ ବାଛିବେ ମତଦାତା ତାହା ଉପରେ ନଜର । ତେବେ କ’ଣ କହୁଛି ଏହି ବିଧାସଭା ଆସନର ଗଣିତ ତାହା ଉପରେ ନଜର ପକାନ୍ତୁ ।

୨୦୧୯ର ଲଢେଇ
ବିଜେଡ଼ି – ବିଷ୍ଣୁବ୍ରତ ରାଉତରାୟ
କଂଗ୍ରେସ – ଅଶୋକ କୁମାର ଦାସ
ବିଜେପି – ମାଧବାନନ୍ଦ ମଲ୍ଲିକ

୨୦୧୯-ବିଜେଡି: ବିଷ୍ଣୁବ୍ରତ ରାଉତରାୟ
– ୬ ଥର ବିଧାୟକ ତଥା ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁଅ
– ଯୁବନେତା ଏବଂ ସଙ୍ଗଠକ
– ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି

୨୦୧୯-କଂଗ୍ରେସ: ଅଶୋକ କୁମାର ଦାସ
– ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି
– ପୂର୍ବତନ ପୌରାଧ୍ୟକ୍ଷ
– ପ୍ରଥମଥର ବିଧାନସଭା ପ୍ରାର୍ଥୀ

୨୦୧୯-ବିଜେପି: ମାଧବାନନ୍ଦ ମଲ୍ଲିକ
– ଗତ ୪ଥର ନିର୍ବାଚନ ଲଢ଼ି ପରାଜିତ ( ୩ଥର କଂଗ୍ରେସ, ଥରେ ସ୍ୱାଧୀନ ପ୍ରାର୍ଥୀ)
– ୨୦୦୯ରେ ୬୦୦୦ ଏବଂ ୨୦୧୪ରେ ୬୫୦୦ ଭୋଟ୍ରେ ପରାଜିତ
– ପୂର୍ବତନ ଏନ୍ଏସି ଚେୟାରମ୍ୟାନ
– କଂଗ୍ରେସରୁ ବିଜେପିରେ ସାମିଲ

ନିର୍ବାଚନ ମଣ୍ଡଳୀ ତଥ୍ୟ
-ବାସୁଦେବପୁର ବ୍ଳକ୍ ଏବଂ ତିହିଡି ବ୍ଳକରେ ୭ଟି ପଂଚାୟତକୁ ନେଇ ଗଠିତ
– ୧୯୬୧ରେ ନିର୍ବାଚନମଣ୍ଡଳୀ ଗଠିତ
– ଭଦ୍ରକ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
– ବିଜେଡିର ଦବଦବା ରହିଛି
– ବିଜୟଶ୍ରୀ ରାଉତରାୟ ୬ଥର ବିଧାୟକ

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୨୧ ହଜାର ୬୩୫
– ମତ ଦେଇଥିଲେ – ୧ ଲକ୍ଷ ୬୭ ହଜାର ୪୧୩
– ଭୋଟଦାନ ହାର – ୭୫.୫୪%

୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ବିଜୟଶ୍ରୀ ରାଉତରାୟ ବିଜେଡି ୭୭,୭୮୧ ୪୬.୪୬% ବିଜୟୀ
ମାଧବାନନ୍ଦ ମଲ୍ଲିକ କଂଗ୍ରେସ ୭୧,୨୭୫ ୪୨.୫୭% ପରାସ୍ତ
ଦୀନବନ୍ଧୁ ପତି ବିଜେପି ୧୫,୩୩୯ ୯.୧୬% ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ବିଜୟଶ୍ରୀ ରାଉତରାୟ ନିର୍ବାଚନ ଜିତିଥିଲେ
– ୭୭ ହଜାର ୭୮୧ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକଙ୍କୁ ପରାସ୍ତ କରିଥିଲେ
– ୬ ହଜାର ୫୦୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ