କନକ ବ୍ୟୁରୋ: ଚାଲିଛି ଚତୁର୍ଥ ପର୍ଯ୍ୟାୟ ଲଢ଼େଇ । ମତ ସାବ୍ୟସ୍ତ କରି ନେତା ବାଛିବାକୁ ପୁଲିଂ ବୁଥ୍ ସାମ୍ନାରେ ସକାଳୁ ସକାଳୁ ଭିଡ଼ ଲଗାଇଛନ୍ତି ମତଦାତା । ସବୁଠାରୁ ବଡ଼ କଥା ହେଲା ଯେ, ଏହି ଶେଷ ଲଢ଼େଇରେ ବାଜି ମାରିବାକୁ ପ୍ରମୁଖ ଦଳ କମର କଷିଥିବାବେଳେ ଭଦ୍ରକ ସଂସଦୀୟ କ୍ଷେତ୍ରରେ ଅଧିନରେ ଥିବା ବାସୁଦେବପୁର ବିଧାନସଭା କ୍ଷେତ୍ରରେ ଚାଲିଛି ଭୋଟ୍ ଗ୍ରହଣ ପ୍ରକ୍ରିୟା । ଆଉ ନିଜ ଅଞ୍ଚଳ ପାଇଁ କାହାକୁ ନିଜର ସିପାହୀ ବାଛିବେ ମତଦାତା ତାହା ଉପରେ ନଜର । ତେବେ କ’ଣ କହୁଛି ଏହି ବିଧାସଭା ଆସନର ଗଣିତ ତାହା ଉପରେ ନଜର ପକାନ୍ତୁ ।
୨୦୧୯ର ଲଢେଇ
ବିଜେଡ଼ି - ବିଷ୍ଣୁବ୍ରତ ରାଉତରାୟ
କଂଗ୍ରେସ - ଅଶୋକ କୁମାର ଦାସ
ବିଜେପି - ମାଧବାନନ୍ଦ ମଲ୍ଲିକ
୨୦୧୯-ବିଜେଡି: ବିଷ୍ଣୁବ୍ରତ ରାଉତରାୟ
- ୬ ଥର ବିଧାୟକ ତଥା ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁଅ
- ଯୁବନେତା ଏବଂ ସଙ୍ଗଠକ
- ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି
୨୦୧୯-କଂଗ୍ରେସ: ଅଶୋକ କୁମାର ଦାସ
- ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି
- ପୂର୍ବତନ ପୌରାଧ୍ୟକ୍ଷ
- ପ୍ରଥମଥର ବିଧାନସଭା ପ୍ରାର୍ଥୀ
୨୦୧୯-ବିଜେପି: ମାଧବାନନ୍ଦ ମଲ୍ଲିକ
- ଗତ ୪ଥର ନିର୍ବାଚନ ଲଢ଼ି ପରାଜିତ ( ୩ଥର କଂଗ୍ରେସ, ଥରେ ସ୍ୱାଧୀନ ପ୍ରାର୍ଥୀ)
- ୨୦୦୯ରେ ୬୦୦୦ ଏବଂ ୨୦୧୪ରେ ୬୫୦୦ ଭୋଟ୍ରେ ପରାଜିତ
- ପୂର୍ବତନ ଏନ୍ଏସି ଚେୟାରମ୍ୟାନ
- କଂଗ୍ରେସରୁ ବିଜେପିରେ ସାମିଲ
ନିର୍ବାଚନ ମଣ୍ଡଳୀ ତଥ୍ୟ
-ବାସୁଦେବପୁର ବ୍ଳକ୍ ଏବଂ ତିହିଡି ବ୍ଳକରେ ୭ଟି ପଂଚାୟତକୁ ନେଇ ଗଠିତ
- ୧୯୬୧ରେ ନିର୍ବାଚନମଣ୍ଡଳୀ ଗଠିତ
- ଭଦ୍ରକ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
- ବିଜେଡିର ଦବଦବା ରହିଛି
- ବିଜୟଶ୍ରୀ ରାଉତରାୟ ୬ଥର ବିଧାୟକ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୨୧ ହଜାର ୬୩୫
- ମତ ଦେଇଥିଲେ – ୧ ଲକ୍ଷ ୬୭ ହଜାର ୪୧୩
- ଭୋଟଦାନ ହାର – ୭୫.୫୪%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ବିଜୟଶ୍ରୀ ରାଉତରାୟ ବିଜେଡି ୭୭,୭୮୧ ୪୬.୪୬% ବିଜୟୀ
ମାଧବାନନ୍ଦ ମଲ୍ଲିକ କଂଗ୍ରେସ ୭୧,୨୭୫ ୪୨.୫୭% ପରାସ୍ତ
ଦୀନବନ୍ଧୁ ପତି ବିଜେପି ୧୫,୩୩୯ ୯.୧୬% ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ବିଜୟଶ୍ରୀ ରାଉତରାୟ ନିର୍ବାଚନ ଜିତିଥିଲେ
- ୭୭ ହଜାର ୭୮୧ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକଙ୍କୁ ପରାସ୍ତ କରିଥିଲେ
- ୬ ହଜାର ୫୦୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ