କନକ ବ୍ୟୁରୋ: ନୂଆଁଣିଆ ଚାଳଘରୁ ନାସାକୁ ଯାତ୍ରା । ମଫସଲ ଗାଁରୁ ଯାଇ ନାସାରେ ଦେଖାଇବେ ନିଜର କମାଲ । କଟକ ଜିଲ୍ଲା ବୟାଳିଶି ମୌଜା ଅନ୍ତର୍ଗତ ବରାଳ ଗାଁର ବାସୁଦେବ ଭୋଇ । ବାପା ଜଣେ ଦିନ ମଜୁରିଆ, ମୂଲ ଲାଗିଲେ ଘର ଚୁଲି ଜଳେ । କିନ୍ତୁ ପୁଅକୁ ଆମେରିକାର ନାସାକୁ ପଠାଇବାକୁ ସ୍ୱପ୍ନ ଦେଖିଛନ୍ତି । ଅଭାବ ଅନଟନ ମଧ୍ୟରେ ପାଠପଢ଼ି ନିଜ ସ୍ୱପ୍ନ ସାକାର କରିବ ବାସୁଦବ । ୟଙ୍ଗ ଟିଙ୍କର ଏଜୁକେସନନାଲ ଫାଉଣ୍ଡେସନର ୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଓଡ଼ିଶାରୁ ନାସା ଯିବା ଲାଗି ମନୋନୀତ ହୋଇଛନ୍ତି ବାସୁଦେବ । ନିଜ ହାତରେ ପ୍ରସ୍ତୁତ କରିଥିବା ରୋବର୍ଟକୁ ସେଠାରେ ପ୍ରୋଜେକ୍ଟ କରିବେ । ଏହି ପ୍ରୋଜେକ୍ଟରେ ବାସୁଦେବକୁ ପ୍ରଶିକ୍ଷଣ ଦେଇଛନ୍ତି ୪୨ ମୌଜା ବରାଳ ଗାଁର ଯୁବ ବୈଜ୍ଞାନିକ ଅନୀଲ ପ୍ରଧାନ । ଦୀର୍ଘ ବର୍ଷ ଧରି ଅନୀଲ ନିଜର ଏକ ଟିମ୍ ପ୍ରସ୍ତୁତ କରି ୧୦ ଜଣଙ୍କୁ ୨୦୨୧ରେ ନାସା ପଠାଇଥିଲେ । ଏବେ ପୁଣିଥରେ ଦ୍ୱିତୀୟ ଥର ପାଇଁ ୬ ଜଣ ଛାତ୍ରଛାତ୍ରୀ ନାସା ଯିବା ନେଇ ଚୟନ ହୋଇଛନ୍ତି ।