କନକ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ । ନାଳ ପଠାରେ ବସି ଦାନ୍ତ ଘସୁଥିବା ବେଳେ ପଛୁଆ ମାଡ଼ିଆସିଲା ବୋଲେରୋ । ଘଟଣାରେ ସ୍ଥଳରେ ଚାଲିଗଲା ୫୦ ବର୍ଷିୟ ବାସୁଦେବ ନାୟକଙ୍କ ଜୀବନ । ସୁନ୍ଦରଗଡ଼ କୋଇଡ଼ା ଥାନା ଅନ୍ତର୍ଗତ ନୂଆଗାଁ ସ୍ଥିତ କାରୋ ନାଳ ପଠାରେ ବସି ଦାନ୍ତ ଘସୁଥିଲେ ବାସୁଦେବ । ତେବେ ହଠାତ୍ ସେହି ନାଳରେ ଗାଡ଼ି ଧୋଇବାକୁ ଆସିଥିବା ବୋଲେରୋ ପଛୁଆ ମାଡ଼ିଆସିଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ବାସୁଦେବଙ୍କ ମୃତ୍ୟୁ ପରେ ଗାଡ଼ିରେ ଥିବା ଦୁଇ ଜଣ ଯୁବକ ଘଟଣା ସ୍ଥଳରୁ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି । ଘଟଣା ସ୍ଥଳରେ କୋଇଡ଼ା ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ବେଳେ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ ।
ନାଳ ପଠାରେ ବସି ଘଷୁଥିଲେ ଦାନ୍ତ । ହଠାତ୍ ମାଡିଆସିଲା ବୋଲେରୋ । ଚାଲିଗଲା ବାସୁଦେବ ନାୟକଙ୍କ ଜୀବନ...
/kanak/media/post_attachments/wp-content/uploads/2023/11/vlcsnap-2023-11-10-12h28m41s938.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)