କନକ ବ୍ୟୁରୋ : ସ୍ୱାଧୀନତା ପରେ ପ୍ରଥମଥର ପାଇଁ ଭାରତ ତରଫରୁ ପାକିସ୍ତାନରେ ନିଜର ହାଇକମିଶନର ଭାବେ ଜଣେ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି । ୨୦୦୫ ବ୍ୟାଚର ଭାରତୀୟ ବିଦେଶ ସେବା ଅର୍ଥତା ଆଇଏଫଏସ ଅଧିକାରୀ ଗୀତିକା ଶ୍ରୀବାସ୍ତବ ଇସଲାମାବାଦରେ ଭାରତୀୟ ହାଇକମିଶନର ଦାୟିତ୍ୱ ସମ୍ଭାଳିବାକୁ ଯାଉଛନ୍ତି । ପୂର୍ବରୁ ଇସଲାମାବାଦରେ ଥିବା ଭାରତୀୟ ହାଇକମିଶନର ସୁରେଶ କୁମାର ଦିଲ୍ଲୀ ଫେରିପାରନ୍ତି । ବର୍ତ୍ତମାନ ଭାରତ ଓ ପାକିସ୍ତାନ ମଧ୍ୟରେ ସୀମିତ ସଂପର୍କ ରହିଛି । ଦୁଇଦେଶର ହାଇକମିଶନରେ କୌଣସି ହାଇକମିଶନର ନାହାଁନ୍ତି । ଯୁଗ୍ମ ସଚିବ ପାହ୍ୟାର ଅଧିକାରୀ ଥିବା ସିଡିଏଙ୍କୁ ହାଇକମିଶନା ଦାୟିତ୍ୱ ଦିଆଯାଇଛି ।

Advertisment

ଦୁଇଦେଶ ମଧ୍ୟରେ ଚାଲିଥିବା କୂଟନୈତିକ ସଂକଟ ମଧ୍ୟରେ ମୋଦୀ ସରକାର ଇସଲାମାବାଦରେ ଥିବା ଭାରତୀୟ ହାଇକମିଶନର କମାଣ୍ଡ ଜଣେ ମହିଳାଙ୍କୁ ହସ୍ତାନ୍ତର କରିଛନ୍ତି । ଗୀତିକା ଶ୍ରୀବାସ୍ତବ ବର୍ତ୍ତମାନ ବୈଦେଶିକ ମନ୍ତ୍ରଣାଳୟ ମୁଖ୍ୟାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିଲେ । ବିଦେଶୀ ଭାଷା ଶିଖିବାର ତାଲିମରେ ଗୀତିକା ଚାଇନିଜ୍ ଭାଷାରେ ମାଣ୍ଡାରିନ୍ ଶିଖିଥିଲେ । ଗୀତିକା ଶ୍ରୀବାସ୍ତବ ୨୦୦୭ ରୁ ୨୦୦୯ ମଧ୍ୟରେ ବେଜିଂ ସ୍ଥିତ ଭାରତୀୟ ଦୂତାବାସରେ କନିଷ୍ଠ କୂଟନୀତିଜ୍ଞ ଭାବେ କାର୍ଯ୍ୟ କରିଥିଲେ । ଏହା ବ୍ୟତୀତ ସେ କୋଲକତାର ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଗୀତିକା ବୈଦେଶିକ ମନ୍ତ୍ରଣାଳୟରେ ଭାରତ ମହାସାଗର ଆଞ୍ଚଳିକ ଡିଭିଜନର ନିର୍ଦ୍ଦେଶକ ପଦରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଗୀତିକା ୨୦୦୧ ମସିହାରେ କେଡିସିରୁ ଅର୍ଥନୀତି, ଗଣିତ ଏବଂ କମ୍ପ୍ୟୁଟର ବିଜ୍ଞାନରେ ବିଏସସି ଏବଂ ପରେ ୨୦୦୩ରେ ଜେଏନୟୁରୁ ଅର୍ଥନୀତିରେ ପିଜି ହାସଲ କରିଥିଲେ । ଚଳିତ ବର୍ଷ ସେ ଏମଫିଲରେ ମଧ୍ୟ ନାମ ଲେଖାଇଥିଲେ । ୨୦୦୫ରେ ଗୀତିକା ପ୍ରଥମ ପ୍ରୟାସରେ ସିଭିଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ଆଇଏଏସ କ୍ୟାଡର ପାଇଁ ମନୋନୀତ ହୋଇଥିଲେ ମଧ୍ୟ ଆଇଏଫଏସ ବାଛିଥିଲେ । ଗୀତିକାଙ୍କ ପ୍ରଥମ ପୋଷ୍ଟିଂ ବେଜିଂରେ ହୋଇଥିଲା ।