କନକ ବ୍ୟୁରୋ: ଦୁର୍ଘଟଣାରେ ଗୋଡ଼ ହରାଇବା ପରେ ହାରି ନାହାନ୍ତି ବସ୍ତା ଚକଅର୍ଜୁନୀ ଗାଁର ଶିବ ପ୍ରସାଦ । ଗୋଟିଏ ଗୋଡ଼ରେ ସାଇକେଲ ଚଳାଇବା ସହ କରୁଛନ୍ତି ସାଇକେଲ ମରାମତି । ମାଟିରେ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି ରୋଜଗାର । ଘର ଖଣ୍ଡିଏ ନଥିବାରୁ ପଲିଥନ ଟଣା ଘରେ ରହୁଛନ୍ତି ଶିବଙ୍କ ପରିବାର । ସହାୟତା ପାଇଁ ନିବେଦନ ।

Advertisment

ପରିବାର ପ୍ରତିପୋଷଣ ପାଇଁ ସଂଘର୍ଷ କରୁଛନ୍ତି ଦିବ୍ୟାଙ୍ଗ ଯୁବକ । ସଡ଼କ ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇବା ପରେ ଅନ୍ୟ ଉପରେ ବୋଝ ହୋଇନାହାନ୍ତି । ଏକ ସାଇକେଲ ମରାମତି ଦୋକାନ କରି କିଛି ରୋଜଗାର କରୁଛନ୍ତି । ଏହା ସହ ମାଟିରେ ହାଣ୍ଡି ମାଠିଆ ଗଢ଼ି ବିକ୍ରି କରୁଛନ୍ତି । ଏଥିରୁ ଯାହା କିଛି ରୋଜଗାର ହେଉଛି ସେଇଥିରେ ଚଳୁଛି ପରିବାର । ଆମେ କହୁଛୁ ବାଲେଶ୍ୱର ବସ୍ତା ବ୍ଲକ ଚକଅର୍ଜୁନୀ ଗାଁର ଶିବ ପ୍ରସାଦ ବେହେରାଙ୍କ କଥା । ଗୁଜୁରାଟରେ ରହି ଏକ ଘରୋଇ କମ୍ପାନୀରେ କାମ କରିବା ସମୟରେ ୨୦୨୦ରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଦିବ୍ୟାଙ୍ଗ ହୋଇଯାଇଛନ୍ତି । ଏବେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ।

ଘର ଖଣ୍ଡିଏ ନଥିବାରୁ ଭଙ୍ଗା ଦଦରା ପଲିଥିନ୍ ଟଣା ଘରେ ରହୁଛନ୍ତି ଶିବ ପ୍ରସାଦଙ୍କ ପରିବାର । ସରକାରୀ ଯୋଜନାରେ ଘର ଏବଂ ନିଜ ହାତ ତିଆରି ଜିନିଷ ବିକ୍ରି କରିବା ପାଇଁ ଏକ ବ୍ୟାଟେରୀ ଚାଳିତ ଗାଡ଼ିଟିଏ ଯୋଗାଇଦେବାକୁ ପ୍ରଶାସନ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି ନିରାଶ ହୋଇଛନ୍ତି । ତେଣୁ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ଶିବଙ୍କ ପରିବାର ।

ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇବା ପରେ କମିନି ଶିବଙ୍କ ମନୋବଳ । ନିଜସ୍ୱ ଉଦ୍ୟମରେ ନିଜେ ରୋଜଗାର କରିବା ପାଇଁ ପ୍ରୟାସ କରୁଛନ୍ତି ଶିବ ପ୍ରସାଦ । ଯଦି ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ଶିବଙ୍କୁ ସହାୟତା କରିବାକୁ ଚାହାନ୍ତି ।

NAME - SHIBA PRASAD BEHERA
BANK NAME - ODISHA GRAMYA BANK
BRANCH - PAUNSHAKULI
A/C - 414434006005338
IFSC - IOBAOROGBO1
PHONE PAY - 9328109115 ଏହି ନମ୍ବରରେ ଯୋଗାଯୋଗ କରିପାରିବେ ।