ଘଞ୍ଚ ଜଙ୍ଗଲରେ ଘଟିଥିଲା ମୃତ୍ୟୁର ତାଣ୍ଡବ । ମାର୍ଚ୍ଚ ୨୧ ମାଓ ହମଲାର ଭିଡିଓ ଜାରି କଲେ ମାଓବାଦୀ । ମାଲକାନଗିରି ସୀମାନ୍ତ ସୁକମା ମିନପା ଜଙ୍ଗଲରେ ଆମ୍ବୁସ ଲଗାଇ ୧୭ ଯବାନଙ୍କୁ ହତ୍ୟା କରିଥିଲେ ନକ୍ସଲ ।

1,341

କନକ ବ୍ୟୁରୋ: ମାଓବାଦୀ ସଂଗଠନ ଜାରି କଲା ମିନାପା ଜଙ୍ଗଲର ଏନକାଉଁଟର ଭିଡିଓ । ମାର୍ଚ୍ଚ ୨୧ ତାରିଖରେ ଛତିଶଗଡକ ସୁକମା ଜିଲ୍ଲାର ବୁର୍କାପାଲ ଥାନା ଅଂଚଳର ମିନପା ଜଙ୍ଗଲରେ ମୁହାଁ ମୁହିଁ ହୋଇଥିଲେ ଯବାନ ଓ ମାଓବାଦୀ । ସେହି ମିନପା ଆମ୍ବୁସ ଘଟଣାର ଭିଡିଓ ଉତୋଳନ କରି ଡକ୍ୟୁମେଂଟାରୀ ଜାରି କରିଛି ମାଓବାଦୀ ସଂଗଠନ । ବୁର୍କାପାଲ ଗୁଳିବିନିମୟରେ ୧୭ ଜଣ ଯବାନ ସହିଦ ହୋଇଥିଲେ ।

ଏହାପରେ ସୁରକ୍ଷା କର୍ମୀଙ୍କ ଅସ୍ତ୍ରଶସ୍ତ୍ର ଲୁଟ କରିନେଇଥିଲେ ମାଓବାଦୀମାନେ । ଏହାର ଭିଡିଓ ଉତୋଳନ କରି ଅପରେସନ ପରେ ମାଓବାଦୀମାନେ ଉତ୍ସବ ମନାଇଥିବା ଭିଡିଓରେ ପ୍ରଦର୍ଶିତ କରାଯାଇଛି । ସ୍ଥାନୀୟ ଲୋକଙ୍କ ସମର୍ଥନ କପରି ସଂଗଠନ ପ୍ରତି ରହିଛି, ତାହା ଏହି ଭିଡିଓରେ ଦର୍ଶାଯାଇଛି ।

ସବୁଠାରୁ ବଡ଼ କଥା ହେଲା କି, ମାଓବାଦୀ ମୁକ୍ତ କରିବା ପାଇଁ ଅପରେସନ ପେରହାର ଜରିଆରେ ମାଓ ଆନ୍ଦୋଳନକୁ ଧୂଳିସାତ କରିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ସୁରକ୍ଷା ପରାମର୍ଶଦାତା ବିଜୟ କୁମାରଙ୍କୁ ସିଧାସଳଖ ଦାୟି କରିଛି ମାଓ ସଗଂଠନ ।