ଓଲଟିଲା ଯବାନଙ୍କୁ ନେଇ ଯାଉଥିବା ବସ୍ । ୧୦ ଯବାନ ଆହତ, ୩ ଗୁରୁତର । ନିର୍ବାଚନ ଡ୍ୟୁଟିରୁ ଫେରୁଥିଲେ ଯବାନ ।

119

କନକ ବ୍ୟୁରୋ: ଛତିଶଗଡ଼ ବସ୍ତର ଜିଲ୍ଲାରେ ଦୁର୍ଘଟଣା । ଯବାନଙ୍କୁ ନେଇ ଫେରିବା ବେଳେ ଓଲଟିଲା ବସ୍ । ଦୁର୍ଘଟଣାରେ ୧୦ ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ଯବାନ ମାନଙ୍କୁ ଧିମ୍ରାପାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ନିର୍ବାଚନ କାମ ସାରି ଜଗଦଲପୁର ମୁଖ୍ୟ କାଯ୍ୟାଳୟରୁ ଫେରିବା ବେଳେ କୋଡେନାର ପୋଲିସ ଷ୍ଟେସନ ନିକଟ ମୁଖ୍ୟ ରାସ୍ତାରେ ଘଟିଛି ଏହି ଦୁର୍ଘଟଣା । ବସରେ ପ୍ରାୟ ୩୨ ଜଣ ଯବାନ ଥିବା ଜଣାପଡ଼ିଛି । ବସ ସାମ୍ନାକୁ ଗୋରୁ ପଲ ଆସିଯିବାରୁ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିବା ଜଣାପଡ଼ିଛି ।