କନକ ବ୍ୟୁରୋ: ବସ୍ତା ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାଲିଆପାଳ ବ୍ଳକ ଓ ବସ୍ତା ବ୍ଳକର କିଛି ଅଞ୍ଚଳ । ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ନିତ୍ୟାନନ୍ଦ ସାହୁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜୟନାରାୟଣ ମହାନ୍ତିଙ୍କ ଠାରୁ ୬୪୩୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରଘୁନାଥ ମହାନ୍ତି, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜୟନାରାୟଣ ମହାନ୍ତିଙ୍କଠାରୁ ୯,୫୩୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।
ବସ୍ତା ବିଧାନସଭା ନିର୍ବାଚନମଣ୍ଡଳୀ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୦୨ ହଜାର ୭୬୬
- ମତ ଦେଇଥିଲେ – ୧ ଲକ୍ଷ ୬୦ ହଜାର ୯୨୨
- ଭୋଟଦାନ ହାର – ୭୯.୩୬%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ନିତ୍ୟାନନ୍ଦ ସାହୁ ବିଜେଡି ୭୬,୭୩୭ ୪୭.୬୯% ବିଜୟୀ
ଜୟ ନାରାୟଣ ମହାନ୍ତି କଂଗ୍ରେସ ୭୦,୩୦୪ ୪୩.୬୯% ପରାସ୍ତ
ଶ୍ୟାମାପ୍ରସାଦ ବେହେରା ବିଜେପି ୧୧,୧୬୫ ୬.୯୪% ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ନିତ୍ୟାନନ୍ଦ ସାହୁ ନିର୍ବାଚନ ଜିତିଥିଲେ
- ୭୬ ହଜାର ୭୩୭ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ଜୟ ନାରାୟଣ ମହାନ୍ତିଙ୍କୁ ପରାସ୍ତ କରିଥିଲେ
- ୬ ହଜାର ୪୩୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୧୯ର ଲଢେଇ
ବିଜେଡି: ନିତ୍ୟାନନ୍ଦ ସାହୁ
କଂଗ୍ରେସ: ବିଜନ ନାୟକ
ବିଜେପି: ରଘୁନାଥ ମହାନ୍ତି
୨୦୧୯--ବିଜେଡି: ନିତ୍ୟାନନ୍ଦ ସାହୁ
- ପୂର୍ବତନ ସରପଂଚ
- ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ
- ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ
- ୨୦୧୪ରେ ବିଧାୟକ
- ଦ୍ୱିତୀୟଥର ପାଇଁ ପ୍ରାର୍ଥୀ
୨୦୧୯-- କଂଗ୍ରେସ: ବିଜନ ନାୟକ
- ଛାତ୍ର ସଂସଦରୁ ସକ୍ରିୟ ରାଜନୀତି
- ପୂର୍ବତନ ବାଲିଆପାଳ ବ୍ଳକ୍ ଅଧ୍ୟକ୍ଷ
- ଯୁବନେତା ତଥା ସଂଗଠକ
- ପ୍ରଥମଥର ବିଧାନସଭା ପ୍ରାର୍ଥୀ
୨୦୧୯--ବିଜେପି: ରଘୁନାଥ ମହାନ୍ତି
- ୫ଥର ବିଧାୟକ ( ବିଜେଡି )
- ୪ଥର ମନ୍ତ୍ରୀ ( ଆଇନ୍, ପଂଚାୟତିରାଜ)
- ପୂର୍ବତନ ବିଜେଡି ଉପସଭାପତି
- ୨୦୧୪ରେ ଟିକେଟ୍ ମିଳିଲାନି
- ୨୦୧୯ରେ ବିଜେପିରେ ସାମିଲ
ନିର୍ବାଚନ ମଣ୍ଡଳୀ ତଥ୍ୟ
- ବସ୍ତା ଏବଂ ବାଲିଆପାଳ ବ୍ଳକର ୧୧ଟି ପଂଚାୟତକୁ ନେଇ ଗଠିତ
- ୧୯୫୧ରେ ନିର୍ବାଚନମଣ୍ଡଳୀ ଗଠିତ
- ବାଲେଶ୍ୱର ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
- ବିଜେଡିର ଦବଦବା ରହିଛି
- ରଘୁନାଥ ମହାନ୍ତି ୫ଥର ବିଧାୟକ