ପ୍ରସୂତି ମୃତ୍ୟୁକୁ ନେଇ ଡାକ୍ତରଖାନା ପରିସରରେ ଉତେଜନା ।  ଶବ ରଖି ଧାରଣାରେ ବସିଲେ ପରିବାର ଲୋକେ

156

କନକ ବ୍ୟୁରୋ : ପ୍ରସୂତି ମୃତ୍ୟୁକୁ ନେଇ ଡାକ୍ତରଖାନା ପରିସରରେ ଉତେଜନା । ଶବ ରଖି ଧାରଣାରେ ବସିଲେ ପରିବାର ଲୋକେ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଇକଡା ଗ୍ରାମର ଝୁନି ନାୟକ ନାମକ ଜଣେ  ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଗତକାଲି ରାତିରେ ପରିବାର ଲୋକେ ଜଳେଶ୍ୱର ଜିକେ ଭଟ୍ଟର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଡାକ୍ତର ଦିଲ୍ଲିପ କୁମାର ପାତ୍ର ତାଙ୍କର ଚିକିତ୍ସା କରାଇ ଅସ୍ତ୍ରପଚାର କରି ପିଲା ପ୍ରସବ କରାଇଥିଲେ । ମାତ୍ର ଅସ୍ତ୍ରପଚାର କରିବା ପରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା । ଡାକ୍ତର ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଡାକ୍ତରଙ୍କ ତ୍ରୁଟିପୁର୍ଣ୍ଣ ଚିକିତ୍ସା ପାଇଁ ଝୁନିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଦାବି କରି ଜଳେଶ୍ୱର ଡାକ୍ତରଖାନ ପରିସରରେ ମୃତ ଝୁନିର ଶବ ରଖି ଧାରଣାରେ ବସିଥିଲେ । ଯାହାକୁ ନେଇ ଡାକ୍ତରଖାନା ପରିସରରେ  ଉତେଜନା ଦେଖା ଦେଇଥିଲା । ଘଟଣା ସ୍ଥଳରେ ଜଳେଶ୍ୱର ପୋଲି ପହଂଚି ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ଅସ୍ତ୍ରପଚାର ପାଇଁ ଡାକ୍ତର ଦିଲ୍ଲିପ ପାତ୍ର କିଛି ଅର୍ଥ ଦାବି କରିଥିଲେ ।ଏଥିରେ ପରିବାର ଲୋକେ ଅସମର୍ଥ ହେବାରୁ ଭୁଲ ଚିକିତ୍ସା କରାଇ ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।