କନକ ବ୍ୟୁରୋ: ବଡଦାଣ୍ଡରେ ୩ ରଥରେ ଚୁତୁର୍ଦ୍ଧା ମୂରତିଙ୍କ ସହ ମଦନ ମୋହନ, ଶ୍ରୀ ରାମକୃଷ୍ଣ ଓ ପାଶ୍ୱର୍ ଦେବାଦେବୀଙ୍କ ଆଳତି ଶେଷ ହେବା ପରେ ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହୋଇଛି । ଏହାପରେ ସଜ ହେଲେଣି ୩ ଠାକୁର । ଏଥିରେ ମୁଖ୍ୟ ଭୂମିକା ତୁଳସୀର । ମହାପ୍ରଭୁଙ୍କ ସର୍ବାଙ୍ଗେ ଶୋଭା ପାଉଛି ତୁଳସୀ । ମସ୍ତକଠାରୁ ଆରମ୍ଭ କରି ବକ୍ଷ, ଭୁଜ ସବୁଠି ଶୋଭା ପାଉଛି ତୁଳସୀ । ଏ ହେଉଛି ଏକନିଷ୍ଠ କାମନାର ପରିଣତି ।

Advertisment

କାରଣ ତୁଳସୀଙ୍କର ଏକମାତ୍ର କାମନା ମହାପ୍ରଭୁଙ୍କ ସଙ୍ଗଲାଭ, ଯାହା ପୂର୍ଣ୍ଣ କରିଛନ୍ତି ବିଶ୍ୱ ନିୟନ୍ତା ଶ୍ରୀଜଗନ୍ନାଥ । ତେଣୁ ତାଙ୍କ ସର୍ବାଙ୍ଗରେ ପୂଜା ପାଉଛନ୍ତି ତୁଳସୀ । ତୁଳସୀ ଶ୍ମଶାନରେ ଥାଆନ୍ତୁ ଅବା ଅଗଣାରେ ମହାପ୍ରଭୁଙ୍କ ଠାରେ ଲାଗି ହେବାର ସାମର୍ଥ୍ୟ ରଖନ୍ତି । ତେବେ ବଡଦାଣ୍ଡରେ ତିନିଠାକୁର ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯିବାକୁ ପ୍ରସ୍ତୁତ ହେଲେଣି ।