କନକ ବ୍ୟୁରୋ: ଆଲୋକର ପର୍ବ ହେଉଛି ଦୀପାବଳି । ଦୀପାବଳିର ଆଲୋକରେ ସମସ୍ତେ ଏକାଠି ହୋଇ ବାଣ ଫୁଟାଇ ଉତ୍ସବ ପାଳନ କରୁଥିବା ବେଳେ କିଛି ଜଣ ଏଥିରୁ ବହୁ ଦୂରରେ । କାହାପାଇଁ ଏହି ପର୍ବ ଆଲୋକର ପର୍ବ ଆଉ କାହାପାଇଁ ଅନ୍ଧାର । ଆମେ ପର୍ବ ପାଳିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିଦେଉଛେ ହେଲେ ଏମିତି କିଛି ପରିବାର ରହିଛନ୍ତି ଯିଏକି ଭୋକ ଉପାସରେ ରହୁଛନ୍ତି । ବାଲେଶ୍ୱର ବସ୍ତା ପତ୍ରଝଡା ଗାାଁର ବାସନ୍ତୀ ରାଏଙ୍କ ପରିବାର । ଅଜଣା ରୋଗରେ ସ୍ୱାମୀ ଚାଲିଯାଇଥିବା ବେଳେ ଏବେ ରୋଗରେ ପୀଡିତ ରହିଛନ୍ତି ବାସନ୍ତୀଙ୍କ ଶାଶୁ, ଶ୍ୱଶୁର । ନିଜର ପିଲାଟିଏ ମଧ୍ୟ ଥାଲାସେମିଆରେ ପୀଡିତ । ପେଟକୁ ଓଳିଏ ଖାଇବାକୁ ମିଳୁନଥିବା ବେଳେ ଚିକିତ୍ସା ତାଙ୍କ ପାଇଁ ସାସତପନ ପାଲଟିଛି । ପରଘରେ ମୂଲ ଲାଗି ଯାହା ଆଣନ୍ତି ସେଥିରେ କଷ୍ଟେ ମଷ୍ଟେ ଚଳିଯାଉଛି ପରିବାର । କୌଣସି ସରକାରୀ ସହାୟତା ମିଳିନଥିବା ବେଳେ ଘର ଖଣ୍ଡିଏ ପାଇଁ ବହୁ ନିବେଦନ କରି ବି ମିଳିପାରିଲାନି । ଏହିଭଳି ଦୁଃଖ କଷ୍ଟରେ ଚଳୁଥିବା ବାସନ୍ତୀଙ୍କ ପରିବାର ପାଇଁ ଦୀପାବଳିର ଆଲୋକ ବି ସ୍ୱପ୍ନ । ହେଲେ ଏହି ଅସହାୟ ପରିବାରକୁ କିଛି ସାହାଯ୍ୟ ସହଯୋଗ କରାଯିବା ସହିତ ଆଲୋକର ପର୍ବରେ ବାଣ ବଦଳରେ କିଛି ସାହାଯ୍ୟ କରାଯାଇପାରିଲେ ପରିବାର ଉପକୃତ ହୋଇପାରିବେ ।
ଅନ୍ଧାରରେ ଅସହାୟ ପରିବାର । ଅନଟନ ଭିତରେ ରୋଗଗ୍ରସ୍ତ ପରିବାର ବୋଝ ସମ୍ଭାଳିଛନ୍ତି ବସ୍ତାର ବାସନ୍ତୀ ।
/kanak/media/post_attachments/wp-content/uploads/2022/10/16-19.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)