କନକ ବ୍ୟୁରୋ: ସମିତି ସଭ୍ୟରୁ ରାଷ୍ଟ୍ର ମନ୍ତ୍ରୀ । ରାଜନୀତିରେ ଆଦିବାସୀ ମହିଳା ବାସନ୍ତି ହେମ୍ବ୍ରମଙ୍କ ସଫଳତାର ଯାତ୍ରା ଯୁବନେତାଙ୍କୁ ନିଶ୍ଚିନ୍ତ ପ୍ରେରଣା ଯୋଗାଇବ । ଆଜି ରାଷ୍ଟ୍ର ମନ୍ତ୍ରୀ ଭାବେ ମହିଳା, ଶିଶୁବିକାଶ ଓ ମିଶନ ଶକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ବାସନ୍ତିଙ୍କୁ ମିଳିଛି । କିନ୍ତୁ ତାଙ୍କର ଏହି ରାଜନୈତିକ ଯାତ୍ରା ଏତେ ସହଜ ନଥିଲା । ଆଦିବାସୀ ଅଧିସୂତ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଧାୟକ ବାସନ୍ତି ହେମ୍ବ୍ରମଙ୍କ ସଫଳତା ପଛରେ ରହିଛି ପୂର୍ବତନ ମନ୍ତ୍ରୀ ତଥା ତାଙ୍କ ଶଶୁର ସ୍ୱର୍ଗତ ରଘୁନାଥ ହେମ୍ବ୍ରମଙ୍କ ହାତ ।
ସମିିତି ସଭ୍ୟ ଭାବେ ନିର୍ବାଚିତ ହେବା ପରେ ଶ୍ରୀମତି ହେମ୍ବ୍ରମ ୨୦୦୨ ଏବଂ ୨୦୦୭ରେ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ଲୋକ ତାଙ୍କ ସହ ଥିବା ସୂଚାଇ ଦେଇଥିଲେ । ୨୦୦୯ରେ କରଞ୍ଜିଆରୁ ବିଜେଡିରୁ ଆଶାୟୀ ବିଧାୟକ ପ୍ରାର୍ଥୀ ଥିଲେ ମଧ୍ୟ ଦଳ ତାଙ୍କୁ ଟିକେଟ୍ ଦେଇନଥିଲା । ପରେ ସେ ସମାଜବାଦୀ ପାର୍ଟିରୁ କରଞ୍ଜିଆରୁ ବିଧାୟକ ଲଢି ହାରି ଯାଇଥିଲେ ।
୨୦୧୨ରେ ସ୍ୱାଧୀନ ଜିଲ୍ଲା ପରିଷଦ ଭାବେ ଠିଆ ହୋଇ ହାରିଥିଲେ । ପରେ ସେ ପୁଣି ବିଜେଡିରେ ମିଶିବା ପରେ ତାଙ୍କୁ ମୟୁରଭଞ୍ଜ ଜିଲ୍ଲା ଆଦିବାସୀ ଉନ୍ନୟମ ପରିଷଦ ଉପାଧ୍ୟକ୍ଷା ଭାବେ ନିଯୁକ୍ତ କରିଥିଲେ ରାଜ୍ୟ ସରକାର । ଆଉ ୨୦୧୯ରେ ବିଜେଡି ଟିକେଟ୍ରେ ଲଢି ପ୍ରଥମ ଥର ଭାବେ ବିଧାୟକ ହୋଇଥିଲେ । ଜିଲ୍ଲାର ସଙ୍ଗଠନ ସୁଦୃଢ କରିବାରେ ତାଙ୍କର ଭୂମିକା ରହିଥିବାରୁ ବାସନ୍ତିଙ୍କୁ ଆଜି ଏତେ ବଡ ପଦବୀ ମିଳିପାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/06/WhatsApp-Image-2022-06-05-at-3.06.32-PM.jpeg)