କରୋନା କଟକଣା ହଟିବା ପରେ ଜମୁଛି ବାରୁଣି ମେଳା । ବାଲେଶ୍ୱର ରାଜଘାଟରେ ମେଳାର ମଜା ନେଉଛନ୍ତି ଲୋକେ ।

81

କନକ ବ୍ୟୁରୋ : କରୋନା କଟକଣା ହଟିବା ପରେ ଜମୁଛି ବାରୁଣି ମେଳା । ବାଲେଶ୍ୱର ସୁବର୍ଣ୍ଣପୁର ନଦୀ ରାଜଘାଟରେ ଭିଡ ଜମାଉଛନ୍ତି ଶ୍ରଦ୍ଧାଳୁ । ବିଭିନ୍ନ ପ୍ରକାର ଜିନିଷ କିଣାକିଣି କରିବା ସହିତ ଖାଇବାର ମଜା ନେଉଛନ୍ତି ଲୋକେ । ମେଳା ଉପଭୋଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରରୁ ଆସୁଛନ୍ତି ଲୋକେ ।

ଜମୁଛି ବାଲେଶ୍ୱର ବାରୁଣି ମେଳା । ପସରା ମେଲାଇ ବସିଛନ୍ତି ୨ ଶହରୁ ଅଧିକ ବ୍ୟବସାୟୀ । କରୋନା କଟକଣା କମିବା ପରେ ଦୁଇ ବର୍ଷ ପୁଣି ଉତ୍ସବମୁଖର ହୋଇପଡିଛି ସୁବର୍ଣ୍ଣରେଖା ନଦୀ କୂଳ । ଆଉ ବୁଲି ବୁଲି ମଜ୍ଜା ନେଉଛନ୍ତି ଲୋକେ । ଲୋକଙ୍କୁ ଆକୃଷ୍ଟ କରୁଛି ମେଳାରେ ପଡିଥିବା ବିଭିନ୍ନ ପ୍ରକାରର ଘରକରଣା ଜିନିଷ ସାଙ୍ଗକୁ, ନୂଆ ନୂଆ ଡିଜାଇନର ଅଳଙ୍କାର । ଏଥିସହ ଭିନ୍ନ ଭିନ୍ନ ଭେରାଇଟିର ଷ୍ଟଲ, ମିନା ବଜାର, ଇଲେକ୍ଟ୍ରୀ ଦୋଳି ଓ ଟୟ ଟ୍ରେନର ମଜ୍ଜା ନେଉଛନ୍ତି ଲୋକେ ।

ଦୀର୍ଘ ଦେଢ ଶହ ବର୍ଷ ଧରି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ସୁବର୍ଣ୍ଣରେଖା ନଦୀର ରାଜଘାଟ ଠାରେ ପାଳିତ ହୋଇଆସୁଛି ଏହି ବାରୁଣି ମେଳା । ବାରୁଣି ଦିନ ନଦୀ କିମ୍ବା ମୋହଦଧିରେ ବୁଡ ପକାଇଲେ କୋଟି ପୁଣ୍ୟ ମିଳେ ବୋଲି ରହିଛି ଲୋକଙ୍କ ବିଶ୍ୱାସ । ପୂର୍ବରୁ ମୟୁରଭଞ୍ଜର ରାଜା ମାନେ ସୁବର୍ଣ୍ଣରେଖା ନଦୀର ଏହି ଘାଟରେ ସ୍ନାନ କରୁଥିବାରୁ ଏହାକୁ ରାଜାଘାଟ ନାମରେ ନାମିତ କରାଯାଇଛି । ସୁବର୍ଣ୍ଣରେଖା ନଦୀକୂଳରେ ଅବସ୍ଥିତ ରାଜଘାଟରେ ବୁଡ ପକାଇବା ପାଇଁ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଛତିଶଗଡର ଆଦି ରାଜ୍ୟରୁ ଆସୁଛନ୍ତି ଶ୍ରଦ୍ଧାଳୁ । ପୂର୍ବରୁ ୧୫ ଦିନ ଧରି ଚାଲୁଥିବା ଏହି ମେଳା ଏଥର ୧୦ ଦିନ ଚାଲିବ ।