ବାରୁଣି ସ୍ନାନ ପାଇଁ ଚଳଚଞ୍ଚଳ ଯାଜପୁର : ବୁଡ଼ ପକାଇବାକୁ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ

52

କନକ ବ୍ୟୁରା: ଆଜିଠୁ ବାରୁଣି ସ୍ନାନ । ଏଥିପାଇଁ ଚଳଚଞ୍ଚଳ ଯାଜପୁର ଜିଲ୍ଲା । ୩ ବର୍ଷ ପରେ ବିନା କଟକଣାରେ ସ୍ନାନ ହେଉଥିବାରୁ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ନନୀରେ ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ବାରୁଣୀକୁ ବାରଣ କରାଯାଇଥିବା ବେଳେ ସ୍ନାନ ଯୋଗକୁ ପ୍ରଶାସନ ଅନୁମତି ଦେଇଛି । ଲୋକଙ୍କ ବିଶ୍ୱାସ ରହିଛି ଗଙ୍ଗାଠୁ ବୈତରଣୀ ୧୨ ବର୍ଷ ବଡ । ତେଣୁ ଗଙ୍ଗା ନଦୀ ଭଳି ଓଡ଼ିଶାରେ ବୈତରଣୀ ହିଁ ବାରୁଣୀ ସ୍ନାନ ପାଇଁ ସର୍ବଶ୍ରେଷ୍ଠ ।