କନକ ବ୍ୟୁରୋ: ସୋମବାର ଶପଥ ନେବେ ବର୍ଷା । ବିଧାୟିକା ଭାବେ ଶପଥ ଗ୍ରହଣ କରିବେ ପଦ୍ମପୁରର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

Advertisment

ପଦ୍ମପୁରରେ ବିପୁଳ ବିଜୟ ପରେ ଦୁଇ ଦିନ ତଳେ ଭୁବନେଶ୍ୱର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଛନ୍ତି ବର୍ଷା । ସୁପ୍ରିମୋଙ୍କ ଠାରୁ ଆଶୀର୍ବାଦ ନେଇଥିବା ବେଳେ ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଆଉ ଜନସେବାର ମନ୍ତ୍ର ଶିଖାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ଲୋକଙ୍କ ପାଇଁ କାମ କରିବେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରାଥମିକତା ଦେଲେ ବୋଲି ବର୍ଷା କହିଛନ୍ତି । ଲୋକେ କିପରି ସରକାରୀ ଯୋଜନାର ଲାଭ ଉଠାଇପାରିବେ ଏବଂ ଜନତାଙ୍କ ସୁବିଧା ପାଇଁ ସେ ବିଧାନସଭାରେ ବିଭିନ୍ନ ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି ବର୍ଷା ।