କନକ ବ୍ୟୁରୋ: ଅନୁଭବ-ବର୍ଷା ବିବାଦ ମାମଲାରେ ବର୍ଷାଙ୍କ ବୟାନ୍ ରେକର୍ଡ କରିଛି ପୋଲିସ । ପୁରୀ ଘାଟ ଥାନାରେ ବୟାନ୍ ରେକର୍ଡ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ ଆଣି ଥାନାରେ ଫେରାଦ ହୋଇଥିଲେ ବର୍ଷା । ଏନେଇ ସେ ଅନୁଭବଙ୍କ ବିରୋଧରେ ଏତଲା ଦେବାପରେ ପୋଲିସ ସାଂସଦ ଅନୁଭବଙ୍କ ନାଁରେ ମାମଲା ରୁଜୁ କରିଥିଲା । ବର୍ତ୍ତମାନ ଏହି ମାମଲାରେ ବର୍ଷାଙ୍କ ବୟାନ୍ ରେକର୍ଡ ହୋଇଛି ।
ତେବେ ଘରେ ତାଲା ପକାଇ ଦେବାରୁ ବର୍ଷାଙ୍କୁ ଦୀର୍ଘ ସମୟ ଧରି ବାହାରେ ରହିବାକୁ ପଡିଥିଲା । ଏପରିକି ଭିଡିଓ ଭାଇରାଲ କରି ତାଙ୍କ ଚରିତ୍ର ସଂହାର କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ ବର୍ଷା ।
ଗତ କିଛି ଦିନ ହେବ ଷ୍ଟାର କପୁଲଙ୍କ ଭିତରେ ବିବାହକୁ ନେଇ ଯେଉଁ ବିବାଦ ଦେଖାଦେଇଛି ତାହା ଥମିବାର ନାଁ ଧରୁନି । ବିଭିନ୍ନ ସମୟରେ ଭିଡିଓ ପୋଷ୍ଟ କରି ବିବାଦ ଘେରକୁ ଟାଣି ହେଉଛନ୍ତି ଦୁହେଁ । ସୋସିଆଲ ମିଡିଆରେ ଉଭୟ ଉଭୟଙ୍କୁ ଟାର୍ଗେଟ କରି ପୋଷ୍ଟ କରୁଛନ୍ତି । ଦୁହିଁଙ୍କ ଭିତରେ ଶୀତଳ ଯୁଦ୍ଧ ଚାଲିଥିବା ବେଳେ ଗତ ଦୁଇ ଦିନ ତଳେ ଯେତେବେଳେ ଅନୁଭବ ବର୍ଷାଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଥିଲା ତା ପରେ ପୁରୀଘାଟ ଥାନାରେ ପୁଣି ଏତଲା ଦେଇଥିଲେ ବର୍ଷା । ତେବେ ଏତଲା ପରେ ଏତଲା ଦେବାପରେ ଆଜି ବର୍ଷାଙ୍କ ବୟାନ ରେକର୍ଡ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/25-15.jpg)