କଥାରେ କଥାରେ ବର୍ଷା- ଅନୁଭବ: ପ୍ରେସ୍ ରିଲିଜ ଜାରି କରି ବର୍ଷା କହିଲେ, ଅନୁଭବଙ୍କ ଘରେ ରହି ଲଢିବେ ମାମଲା; ଶାଶୂ ଘରେ ରହିବାର ଅଛି ଅଧିକାର,ଅନୁଭବଙ୍କ ପୁରୁଣା ଚିଠିରେ ଖୋଲିଲା ଗୁମର

କାହିଁକି ପିଉଥିଲେ ମଦ ଓ କିଭଳି ଆସିଲେ ଅନ୍ୟ ଝିଅଙ୍କ ସଂସ୍ପର୍ଶରେ?

2,319

କନକ ବ୍ୟୁରୋ: ବଢୁଛି ଅନୁଭବ-ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ । ବିବାଦ ମଧ୍ୟରେ ବର୍ଷା କହିଛନ୍ତି, କୌଣସି ସ୍ଥିତିରେ ମୁଁ ମୋ ମା ଘରକୁ ଯିବାର କୌଣସି ଅବକାଶ ନାହିଁ । ମୁଁ ଅନୁଭବଙ୍କୁ ବାହା ହୋଇଛି ଏବଂ ସମ୍ପୁର୍ଣ୍ଣ ଭାବେ ଶାଶୁ ଘରେ ରହିବାର ଅଧିକାର ଅଛି । ଶାଶୁ ଘରେ ରହି ଆଇନ ଦ୍ୱାରା ସମସ୍ୟାର ସମାଧାନ କରିବି । ଶାଶୁ ଘରେ ରହି ଆଇନର ଲଢେଇ ଲଢିବି ।

ଅନୁଭବ ବର୍ଷାଙ୍କ ସହିତ ସୋସିଆଲ ମିଡିଆରେ କରିଥିବା ଚାଟିଂର ତଥ୍ୟ ବି ଆମର ହସ୍ତଗତ ହୋଇଛି । ଯେଉଁଥିରେ ବିବାହ ପୂର୍ବରୁ ବର୍ଷାଙ୍କ ସହିତ ବିତାଇଥିବା ମୁହୁର୍ତ ବିଷୟରେ ଅନୁଭବ ଲେଖିଛନ୍ତି । କେମିିତି ବର୍ଷାଙ୍କ ସହ ବାହାଘର ହେଲା, କେମିତି ତାଙ୍କ ଜୀବନ ବଦଳିଗଲା ଏବଂ ପରେ ସବୁକିଛି କେମିତି ବିଗିଡିଗଲା ସେନେଇ ଅନୁଭବ ବର୍ଷାଙ୍କୁ ମେସେଜ କରିଥିଲେ । ଅନୁଭବ ଲେଖିଛନ୍ତି, ତାଙ୍କ ପିତା ମାତା ଓ ପରିବାର ସଦସ୍ୟ ବର୍ଷା ଓ ଅନୁଭବଙ୍କ ସମ୍ପର୍କକୁ ନେଇ ଅରାଜି ଥିଲେ । ବର୍ଷାଙ୍କ ସହିତ ସମ୍ପର୍କକୁ ବିରୋଧ କରୁଥିବା ନିଜ ପରିବାର ସଦସ୍ୟଙ୍କୁ ଅନୁଭବ ର୍ଦୁବ୍ୟବହାର କରିବା ସହିତ ନିଜକୁ କଷ୍ଟ ଦେଉଥିଲେ । ସେପଟେ ବର୍ଷାଙ୍କ ସହିତ ବିବାହ କରିବା ପାଇଁ ସେ ବର୍ଷାଙ୍କ ପରିବାର ସଦସ୍ୟଙ୍କୁ ବୁଝାଇବାକୁ ଚେଷ୍ଟା କରିଥିବା ନେଇ ମେସେଜରେ ଉଲ୍ଲେଖ ରହିଛି । ବର୍ଷାଙ୍କୁ ଦେଇଥିବା ମେସେଜରେ ଅନୁଭବ ଲେଖିଛନ୍ତି, ଯେ ୨୭ ମାର୍ଚ୍ଚ ୨୦୧୧ରୁ ୨୭ କିମ୍ବା ୨୮ ଜୁନ୨୦୧୫ ଯାଏଁ ସେ ମଦ ପିଇ ନାହାନ୍ତି ବୋଲି ଲେଖିଛନ୍ତି । ପ୍ରାୟ ୨ରୁ ଅଢେଇ ବର୍ଷର ମାନସିକ ନିର୍ଯାତନା ପରେ ପରବର୍ତି ସମୟରେ ପରିସ୍ଥିତିରେ ପଡି ସେ ମଦ ପିଉଥିଲେ ବୋଲି କହିଛନ୍ତି ।

ଅନୁଭବ ଲେଖିଛନ୍ତି, ବିବାହ ପରେ ବର୍ଷା ଶାରିରୀକ ସମ୍ପର୍କ ରଖିବା ପାଇଁ ଅରାଜି ହୋଇଥିଲେ । ସବୁଦିନ ରାତିରେ ବେଡ ଉପରେ ଏକାକି କାନ୍ଦୁଥିବା ବେଳେ ବର୍ଷା ଆରାମରେ ସୁଅନ୍ତି ବୋଲି ସେ ଲେଖିଛନ୍ତି ।ଏହା ସହ ସେ କେମିତି ପିତା ହେବାର ସୁଯୋଗ ପାଇଲେ ନାହିଁ ସେନେଇ ଦୁଃଖ ପ୍ରକାଶ କରି ମେସେଜ କରିଛନ୍ତି । ୨୦୧୬ରେ ମୁଁ ଜଣେ ଝିଅଙ୍କ ସହିତ କଥା ହେଉଥିବା ଯୋଗୁଁ ସେହି ଯୁବତୀଙ୍କ ସହିତ ମୋ ନାଁକୁ ଯୋଡା ଯାଇଥିଲା । କିନ୍ତୁ ମୁଁ ତୁମ ଛଡା ଆଉ କାହା ବିଷୟରେ ଭାବିନଥିଲି ବୋଲି ଲେଖିଛନ୍ତି ଅନୁଭବ । ତେବେ ଏହି ଝିଅ ସହିତ ଅଳ୍ପ ଦିନ ପାଇଁ ସମ୍ପର୍କରେ ଥିଲି । କାରଣ ମୋ ମୁଣ୍ଡ ଉପରେ ସାମାଜିକ ଏବଂ ରାଜନୈତିକ ଦାୟିତ୍ୱ ଥିଲା ।

୨୦୧୭ ମସିହାରେ ପୁଣି ଆଉ ଜଣେ ଝିଅଙ୍କ ସହିତ ତାଙ୍କର ସମ୍ପର୍କ ସୃଷ୍ଟି ହୋଇଥିଲା । ତାଙ୍କ ସହିତ କଥା ହେବାରେ ଖୁସି ଅନୁଭବ କରୁଥିଲେ । ତାଙ୍କ ସହିତ କଥା ହେବା ସହ ଦେଖା ମଧ୍ୟ କରିଛି । ତେବେ ୨୦୧୭ରୁ ୨୦୨୦ ଭିତରେ ମୁଁ କୌଣସି ଝିଅଙ୍କ ସମ୍ପର୍କରେ ନାହିଁ ବୋଲି ସ୍ପଷ୍ଟ ଭାବେ ଲେଖିଛନ୍ତି ଅନୁଭବ । ନାଁ ମୁଁ କୌଣସି ଝିଅଙ୍କ ପାଖରେ ଆଗ୍ରହ ପ୍ରକାଶ କରିଛି ନା ଆଉ କାହା ବିଷୟରେ ଭାବିବା ପାଇଁ ମୋ ପାଖରେ ସମୟ ଅଛି ବୋଲି ସେ କହିଛନ୍ତି । ବର୍ଷା ଏବଂ ରାଜନୈତିକ ଦାୟିତ୍ୱ ମୋ ପାଇଁ ଦୁଇଟି ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି । ବର୍ଷା ତାଙ୍କୁ ଏକ ପାଗଳ କୁକୁର ଭଳି ବ୍ୟବହାର କରୁଥିଲେ ବୋଲି ସେ ଲେଖିଛନ୍ତି । ବର୍ଷା ଏକ ଏନଜିଓ ଗଠନ କରିଥିଲେ । ନିଜର ସାମାଜିକ ଏବଂ ରାଜନୈତିକ ପୃଷ୍ଠଭୂମିକୁ ତିଆରି କରିବା ପାଇଁ ଏହା ଗଠନ କରିଥିଲେ ବୋଲି ଲେଖିଛନ୍ତି ଅନୁଭବ ।

ସେପଟେ ଅନୁଭବଙ୍କୁ ବର୍ଷାଙ୍କ ଏକ ଚିଠି ସାମ୍ନାକୁ ଆସିଛି । ଗତ ମେ ମାସରେ ବର୍ଷା ମେସେଂଜର ଜରିଆରେ ଏକଥା ଅନୁଭବଙ୍କୁ ଲେଖିଥିଲେ । ତାଙ୍କ ସହିତ ଅନୁଭବ କାହିଁକି ଖେଳିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ବର୍ଷା ।