ନିଜ ଅଭିନୟ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥିବା ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀ ନିଜ ଫ୍ୟାନ୍ସମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି । ବର୍ଷା ଏବେ ୟୁ-ଟ୍ୟୁବ୍ ଚ୍ୟାନେଲରେ ନିଜ ମନର କଥା କହିବେ। ଅନେକ ଦିନ ଧରି ସେ ନିଜର ୟୁ-ଟ୍ୟୁବ୍ ଚ୍ୟାନେଲ୍ କରିବା ନେଇ ଘୋଷଣା କରିଥିବା ବେଳେ ସେ ଏହାକୁ ସାକାର ରୂପ ଦେଇଛନ୍ତି। ଦର୍ଶକଙ୍କ ସହ ସମ୍ପର୍କରେ ରହିବା ପାଇଁ ‘VARSHA PRIYADARSHINI’ ନାମରେ ସେ ନିଜର ଚ୍ୟାନେଲ୍ ଖୋଲିଛନ୍ତି। ନିଜର ଫିଲ୍ମ ସମ୍ପର୍କିତ ଖବର ହେଉ ଅବା ସାମାଜିକ କାମ ସମ୍ବନ୍ଧୀୟ ଖବରକୁ ସେ ତାଙ୍କର ଏହି ଚ୍ୟାନେଲ୍ ମାଧ୍ୟମରେ ଦର୍ଶକଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି। ଏଥିସହ ପ୍ରଥମ ଭିଡିଓ ଛାଡ଼ିଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ନିମ୍କି’ ସମ୍ପର୍କରେ ସୂଚନା ଦେବା ସହିତ ସେ ଦର୍ଶକଙ୍କ ଭଲପାଇବା ଓ ଆଶୀର୍ବାଦ କାମନା କରିଛନ୍ତି।
ୟୁ-ଟ୍ୟୁବରେ ନିଜ ଯାଦୁ ଦେଖାଇବେ ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀ !
/kanak/media/post_attachments/wp-content/uploads/2018/08/18922587_1341317199289278_7724479491162086632_o.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)