ଅନୁଭବଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । କହିଲେ, ଅନେକ ଝିଅଙ୍କ ସହ ସମ୍ପର୍କ ରଖିଛନ୍ତି ଅନୁଭବ ।

1,146

କନକ ବ୍ୟୁରୋ : ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ବିଉଟି କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ଜୀବନରେ ଉଠିଛି ଝଡ । ସାଂସଦ ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଆଣିଛନ୍ତି ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଭଳି ସାଂଘାତିକ ଅଭିଯୋଗ । ଚର୍ଚ୍ଚିତ ଯୋଡିଙ୍କ ଘରେ ଉଠିଥିବା ଝଡ ଏବେ କୋର୍ଟ-କଚେରୀ ଦେଇ ଏକ ଭିନ୍ନ ମୋଡକୁ ପହଞ୍ଚିସାରିଛି ।

ତେବେ କୋର୍ଟରେ ଦାଖଲ କରିଥିବା ପିଟିସନରେ ଅନୁଭବଙ୍କ ବିରୋଧରେ ଅନେକ ସାଂଘାତିକ ଅଭିଯୋଗ ଆଣିଛନ୍ତି, ବର୍ଷା ପ୍ରିୟଦର୍ଶିନୀ । ବର୍ଷା କହିଛନ୍ତି, ଅନେକ ଝିଅଙ୍କ ସହ ଅନୁଭବଙ୍କର ସମ୍ପର୍କ ରହିଛି । ବହୁ ଝିଅଙ୍କ ସହ ଅନୁଭବ ମହାନ୍ତି ସମ୍ପର୍କ ରଖିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅଭିନେତ୍ରୀ ତଥା ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।

Comments are closed.