କନକ ବ୍ୟୁରୋ : ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ବିଉଟି କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ଜୀବନରେ ଉଠିଛି ଝଡ । ସାଂସଦ ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଆଣିଛନ୍ତି ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଭଳି ସାଂଘାତିକ ଅଭିଯୋଗ । ଚର୍ଚ୍ଚିତ ଯୋଡିଙ୍କ ଘରେ ଉଠିଥିବା ଝଡ ଏବେ କୋର୍ଟ-କଚେରୀ ଦେଇ ଏକ ଭିନ୍ନ ମୋଡକୁ ପହଞ୍ଚିସାରିଛି ।
ତେବେ କୋର୍ଟରେ ଦାଖଲ କରିଥିବା ପିଟିସନରେ ଅନୁଭବଙ୍କ ବିରୋଧରେ ଅନେକ ସାଂଘାତିକ ଅଭିଯୋଗ ଆଣିଛନ୍ତି, ବର୍ଷା ପ୍ରିୟଦର୍ଶିନୀ । ବର୍ଷା କହିଛନ୍ତି, ଅନେକ ଝିଅଙ୍କ ସହ ଅନୁଭବଙ୍କର ସମ୍ପର୍କ ରହିଛି । ବହୁ ଝିଅଙ୍କ ସହ ଅନୁଭବ ମହାନ୍ତି ସମ୍ପର୍କ ରଖିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅଭିନେତ୍ରୀ ତଥା ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/32-1.jpg)