କନକ ବ୍ୟୁରୋ : ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ବନାମ ଅନୁଭବଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳା । ନାଁ ନନେଇ ବର୍ଷାଙ୍କୁ ଟାର୍ଗେଟ କରିବାର କିଛି ଦିନ ପରେ ଏହାକୁ ନେଇ ବିବାଦ ବଢିଛି । ପ୍ରତିକ୍ରିୟାଶୀଳ ହୋଇଛନ୍ତି ବର୍ଷା ପ୍ରିୟଦର୍ଶନୀ । ପୁରୀଘାଟ ଥାନାରେ ଅଭିଯୋଗ କରି କହିଛନ୍ତି, ଜାଗ୍ରତି ତାଙ୍କର ସମ୍ମାନ ହାନୀ କରିଛନ୍ତି । ଅନୁଭବଙ୍କୁ ମାଧ୍ୟମ କରି ଜାଗ୍ରତି ତାଙ୍କର ସମ୍ମାନହାନୀ କରୁଛନ୍ତି । ଆବଶ୍ୟକ ପଡିଲେ ତାଙ୍କ ବିରୋଧରେ ମାନହାନୀ ମକଦମା କରିବେ ବୋଲି କହିଛନ୍ତି ବର୍ଷା ।

Advertisment

ପୁରା ବିବାଦ ଆରମ୍ଭ ହୋଇଥିଲା ଜାଗ୍ରତିଙ୍କ ଏକ ଫେସବୁକ ପୋଷ୍ଟରୁ । ଯେଉଁଥିରେ ଜାଗ୍ରତି ଲେଖିଥିଲେ, ମୁଁ ଜାଣିବାକୁ ପାଇଲି ଜଣେ ସାଂସଦଙ୍କ ପତ୍ନୀ ବାହାଘର ସାର୍ଟିଫିକେଟ, ପାସପୋର୍ଟ, ପ୍ୟାନକାର୍ଡ, ବ୍ୟାଙ୍କ ଆକାଉଂଟ, ଆୟକର ଦାଖଲ ଭଳି ସମସ୍ତ ଡକୁମେଂଟରେ ଭିନ୍ନ ଭିନ୍ନ ନାଁ ଉଲ୍ଲେଖ କରିଛନ୍ତି । ଏଥିସହ ଆହୁରି ମଧ୍ୟ ଜାଣିବାକୁ ପାଇଲି ଯେ, ସେ ନିଜ ଅଭିଭାବକଙ୍କ ସାଙ୍ଗିଆକୁ ମଧ୍ୟ ଦୁଇଟି ଭିନ୍ନ ଭିନ୍ନ କ୍ଷେତ୍ର ପାଇଁ ଅଲଗା ଭାବେ ବ୍ୟବହାର କରିଛନ୍ତି । ଏହାକୁ କଣ ଠକାମୀ ଭାବେ ଗ୍ରହଣ କରାଯିବନି ? ସେ କଣ ତଦନ୍ତ ପରିସରଭୁକ୍ତ ହେବା ଉଚିତ ନୁହେଁ ? ନା ସେ ସାଂସଦଙ୍କ ପତ୍ନୀ ଭାବେ ଏଥିରୁ ମୁକ୍ତି ପାଇଯିବେ ? ସାଂସଦଙ୍କ ପତ୍ନୀ ଭାବେ କଣ ସେ ସମସ୍ତ ସୁବିଧା ସୁଯୋଗ ପାଇବା ଉଚିତ ?

ପୂର୍ବରୁ ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ଭାବେ ସଂସଦରେ ବର୍ଷାଙ୍କୁ ଯେଉଁ ସୁବିଧା ସୁଯୋଗ ମିଳୁଥିଲା ତାକୁ ବାତିଲ କରିବାକୁ ଦାବି କରିଥିଲେ । ଏପରିକି ମିଛ ତଥ୍ୟ ଓ ଡକ୍ୟୁମେଂଟ ବର୍ଷା ଦେଇଥିବା ନେଇ ଲୋକସଭା ସେକ୍ରେଟେରିଏଟକୁ ଅନୁଭବ ଜଣାଇଥିଲେ । ଯେହେତୁ ଉଭୟ ଅନୁଭବଙ୍କ ପୁରୁଣା ବକ୍ତବ୍ୟ ଏବଂ ଜାଗ୍ରତିଙ୍କ ପୋଷ୍ଟରେ ସମାନତା ରହିଛି, ତେଣୁ ଜାଗ୍ରତିଙ୍କ ଫେସବୁକ ପୋଷ୍ଟ ବର୍ଷାଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଥିଲା ।

ଆଉ ଏବେ ବର୍ଷା ଜାଗ୍ରତିଙ୍କ ନାଁରେ ଏତଲା କରିବା ପରେ ଆଗାମୀ ଦିନରେ ଏହି ବିବାଦ ଆହୁରି ବଢିବାର ଅନୁମାନ କରାଯାଉଛି । ଜାଗ୍ରତି ଶୁକ୍ଳା ପୂର୍ବରୁ ଏକ ଜାତୀୟ ଟେଲିଭିଜନ ଚ୍ୟାନେଲର ଆଙ୍କର ଭାବେ କାର୍ଯ୍ୟ କରୁଥିବା ବେଳେ ଏବେ ସେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟରେ କାମ କରୁଥିବା ନିଜ ଫେସବୁକ ବାଇଓରେ ଲେଖିଛନ୍ତି ।