କନକ ବ୍ୟୁରୋ : ଅନୁଭବ-ବର୍ଷା ପାରିବାରିକ ବିବାଦ ଥମିବାର ନାଁ ନେଉନାହିଁ । ଯେଉଁଦିନ ବର୍ଷା ଅସୁରକ୍ଷିତ ମନେକରି ପୋଲିସକୁ ଫୋନ କରି ସୁରକ୍ଷା ମାଗିଥିଲେ, ସେଦିନର ଆଉ ଏକ ଭିଡିଏ ଏବେ ସାମ୍ନାକୁ ଆସିଛି । ଏଥିରେ ବର୍ଷାଙ୍କୁ ଖାଇବାକୁ ଦେଉଛନ୍ତି ରୋଷେୟା । ଭିଡିଓରେ ରୋଷେୟା କହୁଛନ୍ତି, ପ୍ରତିଦିନ ଘରେ ଯାହା ରୋଷେଇ ହୁଏ ତାହା ଘରର ପ୍ରତିଟି ସଦସ୍ୟ ଖାଇଥାନ୍ତି । ଅନୁମାନ କରାଯାଉଛି, ପୂର୍ବରୁ ଆସିଥିବା ଭିଡିଓଟି ବର୍ଷାଙ୍କ ମୋବାଇଲରୁ ରେକର୍ଡ ହୋଇଥିବା ବେଳ ଆଜିର ଭିଡିଓଟି ଅନୁଭବଙ୍କ ସହଯୋଗୀ ରେକର୍ଡ କରିଥାଇପାରନ୍ତି ।

Advertisment

ବିବାଦ ଭିତରେ ଚଳିତମାସ ୭ ତାରିଖରେ ପୁଲିସକୁ ସୁରକ୍ଷା ମାଗିଥିଲେ ବର୍ଷା ପ୍ରିୟଦର୍ଶିନୀ । ଅଭିଯୋଗ ଅନୁସାରେ ବର୍ଷାଙ୍କୁ ଖାଇବାକୁ ଦେବା ସମୟରେ ଅନୁଭବଙ୍କ ୨ ସହଯୋଗୀ, ବର୍ଷାଙ୍କ ଅନିଚ୍ଛା ସତ୍ୱେ ମୋବାଇଲରେ ଭିଡିଓ ସୁଟ କରିଥିଲେ । ଏହାକୁ ନେଇ ପୁଲିସର ସହାୟତା ଲୋଡିଥିଲେ ବର୍ଷା । ବର୍ଷା ପ୍ରିୟଦର୍ଶିନୀ ସୁରକ୍ଷା ମାଗିବା ପରେ ଅନୁଭବ ମହାନ୍ତିଙ୍କ ଘରେ ପହଂଚିଥିଲା ପୁଲିସ । ବର୍ଷା ଖାଇବା ସମୟର ୨ ଜଣ ଯୁବକ ଅନୁଭବଙ୍କ କଥାରେ ଭିଡିଓ ସୁଟ କରୁଥିଲେ । ଏନେଇ ବର୍ଷା ଶହେକୁ ଡାଏଲ କରି ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଘଟଣା ବିଷୟରେ ଅବଗତ କରାଇଥିଲେ ।

ଏହା ପରେ ଅନୁଭବଙ୍କ ଘରେ ପୁଲିସ ପହଚିଂଥିଲା । ପୂର୍ବରୁ ଅନୁଭବ, ବର୍ଷାଙ୍କ ସହ ରହିବେନି ବୋଲି କହିସାରିଛନ୍ତି ଓ ବିବାହ ବିଛେଦ ପାଇଁ ଦିଲ୍ଲୀ କୋର୍ଟରେ ଆବେଦନ କରିଛନ୍ତି । ଅନ୍ୟପକ୍ଷରେ ବର୍ଷା କିନ୍ତୁ ନିଜ ବିବାହକୁ ବଞ୍ଚାଇଥିବା କଥା କହୁଥିବା ବେଳେ କ୍ଷତିପୂରଣ ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦିଲ୍ଲୀର କୋର୍ଟରେ ଅନୁଭବ କରିଥିବା ମାମଲା କଟକ ଆଣିବାକୁ ବର୍ଷା ସୁପ୍ରିମକୋର୍ଟ ଯାଇଛନ୍ତି । ଆଉ ଉଭୟ ପକ୍ଷର ମାମଲା ଏବେ ବିଚାରଧୀନ ରହିଛି ।