ବର୍ଷା-ଅନୁଭବ ବିବାଦରେ ଆସିଲା ନୂଆ ମୋଡ: ଟୁଇଟରରେ ଅନୁଭବ ଲେଖିଲେ, ଏଜନ୍ମର ନୁହେଁ କି କେଉଁ ଜନ୍ମରେ ବି ରହିବେ ନାହିଁ ବର୍ଷାଙ୍କ ସହ; କହିଲେ ତାଙ୍କୁ ଓ ତାଙ୍କ ପରିବାରକୁ ମାରିବାକୁ କରାଯାଇଛି ଚେଷ୍ଟା

ମାନବାଧିକାରୀ କର୍ମୀଙ୍କ ଉପରେ ବି ଉଠାଇଲେ ପ୍ରଶ୍ନ

10,149

କନକ ବ୍ୟୁରୋ: ଛିଣ୍ଡୁନି ବର୍ଷା- ଅନୁଭବ ବିବାଦ । ବିବାଦ ମଧ୍ୟରେ ପୁଣି ପତ୍ନୀ ବର୍ଷାଙ୍କୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ ମହାନ୍ତି । ତେବେ ଅନୁଭବ ବର୍ଷାଙ୍କ ସହ ଆଉ ରହିବାକୁ ଚାହୁ ନାହାନ୍ତି । ଏହି ଜନ୍ମ କି କୋଉ ଜନ୍ମରେ ବି ବର୍ଷାଙ୍କ ସହ ରହିବିନି ବୋଲି ନିଜ ଟୁଇଟର ପେଜରେ ଲେଖିଛନ୍ତି ସାଂସଦ ଅନୁଭବ ମହାନ୍ତି  । ଏପରିକି ମୋତେ ଏବଂ ମୋ ପରିବାର ସଦସ୍ୟଙ୍କୁ ମାରିବାକୁ ବର୍ଷା ଚେଷ୍ଟା କରିଥିଲେ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅନୁଭବ ।

ସେହିଭଳି ତାଙ୍କୁ ଭେଟିବାକୁ ଯାଇଥିବା ମାନବାଧିକାର କର୍ମୀଙ୍କ ଗସ୍ତ ଓ ବୟାନକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ଅନୁଭବ ଅଭିଯୋଗ କହିଛନ୍ତି କି,ମାନବାଧିକାର କର୍ମୀ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଠକିବେ ବୋଲି ଜାଣିନଥିଲେ । ମିଡିଆରେ କହିବାକୁ ମନା କରି ସେମାନେ ବାହାରେ ଆସି ସବୁ କହିଥିଲେ । ମାନବାଧିକାର କର୍ମୀ ଗୀତାଶ୍ରୀ ଦାସ ବର୍ଷାଙ୍କ ପରିବାର ସହ ସଂପୃକ୍ତ ରହିବା ସହ ଆମକୁ ପଛରୁ ଛୁରୀ ମାରି ମେମାନେ ଗଣମାଧ୍ୟମରେ ବୟାନ ରଖିଥିଲେ ବୋଲି ଅଭିଯୋଗ କରିଛନ୍ତି ଅନୁଭବ ।

ଏଥିସହିତ ବର୍ଷାଙ୍କ ଆଡକୁ ଆଙ୍ଗୁଳି ଉଠାଇ ଅନୁଭବ ଆଣିଛନ୍ତି  ସାଂଘାତିକ ଅଭିଯୋଗ । ପ୍ରଚୁର ପରିମାଣର ଅର୍ଥ ଖର୍ଚ୍ଚ କରି ତାଙ୍କୁ ବର୍ଷା ବଦନାମ ପାଇଁ ଉଦ୍ୟମ କରିଛନ୍ତି ଏବଂ ଗୀତାଶ୍ର କିଭଳି ବର୍ଷାଙ୍କ ପରିବାର ସହ ଜଡିତ ତାର ପ୍ରମାଣ ମଧ୍ୟ ଦେଇଛନ୍ତି ସାଂସଦ ଅନୁଭବ ମହାନ୍ତି ।