କ୍ଷୟକ୍ଷତିର ଭରଣା ପାଇଁ ଓଡିଶା ଆପଣେଇବ କେରଳ ମଡେଲ: ସିମ୍ପୁଲ ଆପ୍ଲିକେସନ ଫର୍ମରେ ହେବ ଇନସ୍ୟୁରାନ୍ସ କ୍ଲେମ, ମୁଦ୍ରା ଯୋଜନାରେ ବ୍ୟବସାୟୀଙ୍କୁ ଦିଆଯିବ ଋଣ; କୋହଳ ହେବ ସୁଧହାର

168

କନକ ବ୍ୟୁରୋ: ବାତ୍ୟା ଫୋନିରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହାର ଭରଣା ପାଇଁ ଓଡିଶା ଆପଣେଇବ କେରଳ ମଡେଲ । ବ୍ୟାଙ୍କର୍ସ, ଇନସ୍ୟୁରାନ୍ସ ଓ ଟେଲିକମ କମ୍ପାନୀଙ୍କ ସହ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧିକାରୀ ଏ ନେଇ ଆଜି ଭୁବନେଶ୍ୱରରେ ଆଲୋଚନା କରିଛନ୍ତି । କେରଳ ମଡେଲ ଆପଣେଇଲେ ଆଉ ଟିକିନିଖି କାଗଜପତ୍ର ଦରକାର ପଡିବନି । ସିମ୍ପଲ ଆପ୍ଲିକେଶନ ଫର୍ମରେ ଇନସ୍ୟୁରାନ୍ସ କ୍ଲେମ କରାଯାଇପାରିବ । ଏହାଦ୍ୱାରା ମୁଦ୍ରା ଯୋଜନାରେ ହୋଟେଲ ବ୍ୟବସାୟୀଙ୍କୁ ଋଣ ଦିଆଯିବ । ସୁଧହାରକୁ କୋହଳ କରାଯିବ ।

ଦୁଇଦିନ ଭିତରେ ଇନସ୍ୟୁରାନ୍ସ ଟଙ୍କା ଦେବାକୁ ବି ଦିଆଯାଇଛି ନିର୍ଦ୍ଦେଶ । ସେହିଭଳି ଏମଏସଏମଇ ଓ ଫସଲ ବୀମା କ୍ଷେତ୍ରରେ ଋଣ ଦେବା ସର୍ତକୁ କୋହଳ କରାଯିବ । କ୍ଲେମ କରିଥିବା ସଂସ୍ଥା ବା ବ୍ୟକ୍ତି ଇନସ୍ୟୁରାନ୍ସ ପାଇଁ ସବୁ ଡକୁମେଂଟ ନଦେଲେ ତୁରନ୍ତ ଟଙ୍କା ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳଙ୍କୁ ଫସଲ ନଷ୍ଟ ରିପୋର୍ଟ ଦେବାକୁ କୁହାଯାଇଛି । ଆନ୍ଧ୍ରରୁ ଇନସ୍ୟୁରାନ୍ସ ସର୍ଭେ କରିବାକୁ ଅଫିସର ଆସିଛନ୍ତି । କଟକ, ଖୋର୍ଧା, ପୁରୀ. ଗଞ୍ଜାମ ଓ ଜଗତସିଂହୁପରରେ ୧୯୯୨ ବ୍ୟାଙ୍କରୁ ୧୯୩୪ଟି କାମ କରୁଛି । ପୁରୀରୁ ୨୭ରୁ ୨୮ ପ୍ରତିଶତ କାମ କରୁଛି । ଆଉ ସପ୍ତାହକ ମଧ୍ୟରେ ବିଜୁଳି ଆସିବା ପରେ ସମସ୍ତ ଏଟିଏମ କାର୍ଯ୍ୟକ୍ଷମ ହେବ ।